fbpx

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରପତି : ସାରା ଓଡ଼ିଶାର ମଙ୍ଗଳକାମନା କରି ପଠାଇଛନ୍ତି ବାର୍ତ୍ତା

ସମ୍ବଲପୁର : ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଏନେଇ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ ମାଧ୍ୟମରେ ସେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧିର କାମନା କରିଛନ୍ତି । ଏହା ସହିତ ମାଆ, ଭଉଣୀ, ଦାଦା, ଭାଇ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଲେ । ଏହା ପରେ ସେ ସମସ୍ତଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, “ଏହି ପର୍ବ ସମସ୍ତଙ୍କୁ ମିଳିମିଶି ରହିବାର ସନ୍ଦେଶ ଦେଉଛି, ଦେଶରେ ଭାଇଚାରା ବଢିଲେ ବିକଶିତ ଭାରତର ମୂଳଦୁଆ ମଜବୁତ ହେବ’, ସମସ୍ତେ ମିଶି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ପ୍ରଚାର କରିବା ।

&nbsp

;

ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ମଧ୍ୟ ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି । କୃଷିଭିତ୍ତିକ ଗଣପବରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହିତ ସେ କହିଛନ୍ତି ଏହି ନୂଆଁଖାଇ ପର୍ବ ଆମକୁ ଭାତୃତ୍ୱ ଓ ପାରସ୍ପାରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ସମସ୍ତ ଦେଶବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ବାର୍ତ୍ତା ଦେଲେ ରାଷ୍ଟ୍ରପତି ।

Get real time updates directly on you device, subscribe now.