ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟ: ଅଶ୍ବିନୀ ବୈଷ୍ଣବ

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା । ଓଡ଼ିଶା ହେବ IT ହବ୍‌ ।

ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ MoU ହୋଇଛି । ତେବେ ଏହା ପରେ ବଡ ସୂଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି କହିଛନ୍ତି ।

ଓଡିଶାକୁ ବଡ଼ IT ହବ୍‌ କରିବା ଲକ୍ଷ୍ୟ – କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ” ଓଡ଼ିଶାରେ IT ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ”

ଓଡିଶାରେ ପ୍ରତିଭାର ଅଭାବ ନାହିଁ-   ମୁଁ ବିଭିନ୍ନ IT କ୍ଷେତ୍ରକୁ ଯାଇ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିବା କଥା କହିଛନ୍ତି ଅଶ୍ବୀନୀ ବୈଷ୍ଣବ । ଓଡ଼ିଶାରେ ଥିବା ଟ୍ୟାଲେଣ୍ଟଙ୍କ ଠାରୁ ଫାଇଦା ପାଇଁ କହିଛି । ଓଡ଼ିଶାରେ ୪ଟି ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ରେଳ ଭିତ୍ତିଭୂମିରେ ମଧ୍ୟ ବିକାଶ ହେଉଛି- ବର୍ତ୍ତମାନ 4 ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦେଉଛି । ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।