fbpx
BSKY
BJD MC SKY
BJD YOUTH SKY

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୮ା୭(ଓଡ଼ିଶା ଭାସ୍କର): ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶାକୁ ୫,୧୨୨ କୋଟିର ଜିଏସଟି କ୍ଷତିପୂରଣ ବାବଦରେ ମିଳିଛି । ସେହିପରି ସବୁ ରାଜ୍ୟକୁ ଏହି କ୍ଷତିପୂରଣ ବାବଦରେ ସମୁଦାୟ ୧,୬୫,୩୦୨ କୋଟି ଟଙ୍କା ମିଳିଛି । କରୋନା ସମୟରେ ଏହି ଅର୍ଥ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ର୍ଧେମନ୍ଦ୍ର ପ୍ରଧାନ କହିଛନ୍ତି । ତେଣୁ ଟ୍ୱିଟ ଯୋଗେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।

Get real time updates directly on you device, subscribe now.