fbpx

ଦୁଃଖ ପରେ ଦୁଃଖ: ତିନି ଦିନ ତଳେ ପତ୍ନୀଙ୍କ ବିୟୋଗ ଘଟିଥିଲା, ଏବେ ହସ୍ପିଟାଲରେ ଭର୍ତ୍ତି ହେଲେ ଜୁଏଲ ଓରାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଭାଗ୍ୟରେ ଯାହା ଲେଖାଥାଏ ତାହାକୁ କେହି ବଦଳାଇ ପାରିବେ ନାହିଁ । ଧନୀ, ଗରିବ ସବୁ ମଣିଷଙ୍କ ଜୀବନରେ ଦୁଃଖ ଆସିଥାଏ । ତେବେ ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ରାଜନେତା ତଥା ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଥିବା ଜଣେ ମନ୍ତ୍ରୀଙ୍କ ପରିବାରକୁ ସତେ ଯେମିତି ଦୁଃଖର ପାହାଡ଼ ମାଡ଼ି ଆସିଛି । ୩ ଦିନ ତଳେ ପତ୍ନୀଙ୍କ ବିୟୋଗ ଘଟିଥିବା ବେଳେ ଏବେ ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ମୁତାବକ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜୁଏଲକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଡେଙ୍ଗୁରେ ପୀଡ଼ିତ ଥିବା କୁହାଯାଉଛି । ସୋମବାର ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ‘ପଲମୋନରୀ ମେଡିସିନ ଆଣ୍ଡ ସ୍ଲୀପ ଡିଜଅର୍ଡର’ ବିଭାଗର ପ୍ରମୁଖ ଡା. ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଜୁଏଲରୁ ମେଡିକାଲରେ ଚିକିତ୍ସା କରାଯାଉଛି । ଏବେ ଜୁଏଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ଜୁଏଲଙ୍କ ପତ୍ନୀ ଝିଙ୍ଗିୟା ଓରାମ ୫୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟଲରେ ଡେଙ୍ଗୁରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ପତ୍ନୀଙ୍କ ମୃତ୍ୟୁର ୩ ଦିନ ନ ପୂରୁଣୁ ପତି ମଧ୍ୟ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.