fbpx

“deepfake” video ଉପରେ କଡା ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ, ୩୬ ଘଣ୍ଟା ମଧ୍ୟରେ ନ ହଟାଇଲେ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ବନାଯାଇଥିବା deepfake” video ଉପରେ ନିଜର କଡା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରା ନ ଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ।
ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଟି ଆଇନ ଅଧୀନରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ସମସ୍ତ ଡିଜିଟାଲ ନାଗରିକଙ୍କ ସୁରକ୍ଷା ଓ ବିଶ୍ୱାସକୁ ବଳବତ୍ତର ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

୨୦୨୩ ଏପ୍ରିଲ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହା ଦେଖିବା ଉଚିତ କି ଯେପରି କେହି ୟୁଜର କୌଣସି ପ୍ରକାର ଭ୍ରମାତ୍ମକ ସୂଚନା ପୋଷ୍ଟ କରୁନାହାନ୍ତି । ଯଦି ବି କେହି ଏପରି ସୂଚନା ପୋଷ୍ଟ କରୁଛନ୍ତି ଓ ତାଙ୍କୁ ସରକାର କିମ୍ବା ସଂପୃକ୍ତ ବ୍ୟକ୍ତି ପକ୍ଷରୁ ଏ ବିଷୟରେ ସୂଚୀତ କରାଯିବାର ୩୬ ଘଣ୍ଟା ପରେ ଏହାକୁ ହଟାଇ ନିଆଯିବା ଉଚିତ । ଏହା ନ କଲେ ପ୍ଲାଟଫର୍ମ ବିରୁଦ୍ଧରେ ରୁଲ୍ ୭ ଲାଗୁ ହେବ ଓ ଆଇପିସି ଧାରାରେ ସଂପୃକ୍ତ ପ୍ଲାଟଫର୍ମକୁ କୋର୍ଟକୁ ଟଣାଯିବ ।
କେନ୍ଦ୍ରମନ୍ତ୍ରୀ ଏକ୍ସରେ ହାସଟ୍ୟାଗ୍ ସହିତ “#accountable” and “#DigitalIndia.” ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

deepfake video ଭିଡିଓ ହେଉଛି ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତି ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ଫଳରେ ସେ ଅନ୍ୟଜଣଙ୍କ ପରି ଦେଖାଯାଇଥାନ୍ତି । ଜଣେ ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏହା ପ୍ରାୟତଃ କରାଯାଇଥାଏ । ଏହିପରି ଭାବରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ନେଇ ଏକ deepfake video ଭିଡିଓ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଅଭିନେତ୍ରୀଙ୍କ ମୁହଁ ଓ ଅନ୍ୟଜଣଙ୍କ ଶରୀରକୁ ଦେଖାଯାଇଥିଲା ।

ସୋସିଆଲ ମିଡିଆ ଇନଫ୍ଲୁଏନସର ଜାରା ପଟେଲଙ୍କ ମୂଳ କ୍ଲିପ୍‌କୁ ଡିଜିଟାଲି ପରିବର୍ତ୍ତନ କରାଯାଇ ଏପରି କରାଯାଇଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବହୁ ୟୁଜର ଦାବୀ କରିଥିଲେ ।

Get real time updates directly on you device, subscribe now.