fbpx

‘ରଘୁରାମ ରାଜନ ଜଣେ ବିଫଳ ଅର୍ଥନୀତିଜ୍ଞ, ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି’: କହିଲେ କେନ୍ଦ୍ରମନ୍ତ୍ରୀ ରାଜୀଭ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତୀୟ ଜନତା ପାର୍ଟି ଟାର୍ଗେଟ୍‌ରେ ଆସିଛନ୍ତି। କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀଭ ଚନ୍ଦ୍ରଶେଖର ରଘୁରାଜନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସେ ଆରବିଆଇ ଗଭର୍ଣ୍ଣର ଥିବା ସମୟରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି।

ରଘୁରାମ ରାଜନଙ୍କ ଉପରେ ଆକ୍ରମଣ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ସେ ଜଣେ ବିଫଳ ରାଜନେତା ନା ବିଫଳ ଅର୍ଥନୀତିଜ୍ଞ। ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ପଦରେ ଥିଲେ, ସେତେବେଳେ ସେ ସମଗ୍ର ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ଆର୍ôଥକ କ୍ଷେତ୍ରକୁ ନଷ୍ଟ କରିଦେଇଥିଲେ।

ତେବେ ରଘୁରାମ ରାଜନଙ୍କ ଉପରେ ଆକ୍ରମଣ କରିଥିବା ପ୍ରଥମ ରାଜନେତା ନୁହନ୍ତି। ଏହା ପୁର୍ବରୁ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭.୨ ପ୍ରତିଶତ ଜିଡିପି ଘୋଷଣା ହେବା ପରଦିନ ହିଁ ଜୁନ୍ ୧ ତାରିଖରେ ବିଜେପି ନେତା ରବିଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାହାନାରେ ସେ ରଘୁରାମ ରାଜନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ପ୍ରାୟୋଜିତ ବିଶେଷଜ୍ଞଙ୍କ ସମସ୍ତ ଭବିଘ୍ୟବାଣୀ ଭୁଲ୍ ସାବ୍ୟସ୍ତ ହୋଇଛି।

ତେବେ ରଘୁରାମ ଯେଉଁ ସମୟରୁ ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ, ସେ ସମୟରୁ ଆରବିଆଇର ପୁର୍ବତ୍ତନ ଗଭର୍ଣ୍ଣର ବିଜେପି ଟାର୍ଗେଟ୍‌ରେ ଆସିଛନ୍ତି ।
ଭାରତ ଯୋଡା ଯାତ୍ରା ସମୟରେ ରାହୁଲ ଗାନ୍ଧୀ ମଧ୍ୟ ଘରୋଇ ତଥା ବିଶ୍ୱ ଅର୍ଥନ ଗ୍ଦସଗ୍ଧଙ୍କବଗ୍ଧସକ୍ଟଦ୍ଭ ତିକ ପରିସ୍ଥିତି ସମ୍ପର୍କରେ ରଘୁରାମ ରାଜନଙ୍କୁ ସାକ୍ଷାତକାର ଦେଇଥିଲେ । ସେହିଭଳି ଏକ ସାକ୍ଷାତକାରରେ ରଘୁରାମ ରାଜନ କହିଥିଲେ ଯେ ଆସନ୍ତା ୨୦୨୩-୨୪ ଆର୍ôଥକ ବର୍ଷରେ ଜିଡିପି ୫ ପ୍ରତିଶତ ହାସଲ କଲେ ଭାରତ ତାହା ବହୁତ ବଡ଼ କଥା ହେବ । ୨୦୨୨-୨୩ ରେ ଜିଡିପି ୭.୨ ପ୍ରତିଶତ ହୋଇଛି, ସେବେଠାରୁ ରଘୁରାମ ରାଜନଙ୍କ ଭବିଷ୍ୟବାଣୀ ଉପରେ ପ୍ରଶ୍ନ ଉଠିଛି ଏବଂ ତାଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା କରାଯାଉଛି ।

Get real time updates directly on you device, subscribe now.