fbpx

ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା

ବିଳାଶପୁର: ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ହାୱଡା ରୁଟରେ ଟ୍ରେନ ଚଲାଚଳ ବାଧାପ୍ରାପ୍ତ ରହିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି । ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହେବା ଫଳରେ ହାୱଡା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ରହିଛି ।

ଦୁର୍ଘଟଣା ପରେ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଲାଇନ ଚ୍ୟୁତ ହୋଇଥିବା ବଗିକୁ ଟ୍ରାକକୁ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଯେପରିକି ବାଧାପ୍ରାପ୍ତ ରହିଥିବା ହାୱଡା-ମୁମ୍ବାଇ ରୁଟରେ ଯଥାଶୀଘ୍ର ସୁରୁଖୁରରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇପାରିବ ସେଥିପାଇଁ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି । ଏହା ସହିତ ରୁଟ୍ କ୍ଲିଅର ନହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା କରାଯିବ ଏବଂ କୌଣସି ବି ଟ୍ରେନ୍ ବାତିଲ କରାଯିବ ନାହିଁ ଅଧିକାରୀଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କେତେବେଳେ ଟ୍ରେନ୍ ଦୁର୍ଘଟଣାର ଖବର ଆସୁଛି ତ କେତେବେଳେ ବଗିରେ ନିଆଁ ଲାଗିବା ଭଳି ଖବର ଆସିବାରେ ଲାଗିଛି । ବାଲେଶ୍ବର ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିରେ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଥିଲା । ଏହାରି ଭିତରେ ଦୁର୍ଘଟଣାକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଏବେବି ଅନେକ ମୃତଦେହ ଚିହ୍ନଟ ହୋଇ ନପାରି ହସ୍ପିଟାଲରେ ରହିଛି । ଏପରିକି କେତେକ ମୃତଦେହ ପାଇଁ ଏକାଧିକ ଦାବିଦାର ରହିଥିବାରୁ DNA ଟେଷ୍ଟ ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ।

Get real time updates directly on you device, subscribe now.