fbpx

ଅଜବ ଘଟଣା: ବିବାହର ଏକ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ରଖିଲେନି ଶାରୀରିକ ସମ୍ପର୍କ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହକୁ ଆମ ସମାଜରେ ଏକ ପବିତ୍ର ସମ୍ପର୍କର ମାନ୍ୟତା ଦିଆଯାଉଥିବା ବେଳେ ଆଜିକାଲି ବିବାହ ପରେ ଅନେକ ଘଟଣା ଘଟୁଥିବାର ଦେଖାଯାଉଛି । ବିବାହର ଦିନ କେଇଟା ପରେ ଅନେକ ଦମ୍ପତ୍ତିଙ୍କର ଛାଡ଼ପତ୍ର ହେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ବେଙ୍ଗାଲୁରୁରୁ ଆସିଛି ଏଭଳି ଏକ ମାମଲା । ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହିତ ଏକ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିନଥିଲେ । ଫଳରେ ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯୁବକ ଜଣଙ୍କ ତାଙ୍କ ୨୧ ବର୍ଷୀୟା ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା ନକରି ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବା ମହିଳା ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ମହିଳା ଜଣଙ୍କ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କର ବୈବାହିକ ଜୀବନ ସୁଖଦ ନଥିଲା ଓ ତାଙ୍କର ସ୍ୱାମୀ ଜଣେ ବଦରାଗୀ ବୋଲି ମଧ୍ୟ କହିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି, ବିବାହ ସମୟରେ ତାଙ୍କ ସ୍ୱାମୀ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ଧୂଳିସାତ ହୋଇଯାଇଛି । ତେଣୁ ସେ ନିଜେ ବୈବାହିକ ଜୀବନ ଉପରୁ ଆସ୍ଥା ହରାଇଛନ୍ତି । ଏପରିକି ତାଙ୍କର ସ୍ୱାମୀ ଆପୋଷ ବୁଝାମଣା ମାଧ୍ୟମରେ ଛାଡ଼ପତ୍ର ଦେବାକୁ ମଧ୍ୟ ରାଜି ହେଉ ନାହାନ୍ତି । ସେମାନେ ଦୁହେଁ ପରସ୍ପର ପ୍ରତି ଅନଫିଟ୍ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମଭାବ ଜାଗ୍ରତ ହେଉନଥିବା ମହିଳା ଜଣଙ୍କ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଦମ୍ପତ୍ତିଙ୍କର ଶାରୀରିକ ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଯଦି ପତି ତାଙ୍କର ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ମନା କରିବେ, ତେବେ ତାହା ଏକପ୍ରକାର ମାନସିକ ନିର୍ଯାତନା ବୋଲି କୋର୍ଟ କହିଥିଲେ । ଏପରିକି ସ୍ୱାମୀ-ସ୍ତ୍ରୀଙ୍କୁ କୋର୍ଟ ଛାଡ଼ପତ୍ର ପାଇଁ ଅନୁମତି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.