fbpx

Bookloversଙ୍କ ପାଇଁ ନିଆରା ହୋଟେଲ, ରହିବା ସହ ବିକ୍ରି କରିପାରିବେ ବହି

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତିଙ୍କୁ ଭ୍ରମଣ(travelling)ର ସଉକ ଥାଏ । ଦେଶ ବିଦେଶ ବୁଲି ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଅଭିଜ୍ଞତା ମଧ୍ୟ ହାସଲ କରିଥାନ୍ତି । କେତେ ଜଣ ବ୍ୟକ୍ତି ଦାମି ହୋଟେଲ ତ ଆଉ କିଛି ଶସ୍ତା ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଦୁନିଆରେ ଏମିତି ବି ଏକ ହୋଟେଲ ରହିଛି ଯେଉଁଠି ଯାତ୍ରୀ ଜଣଙ୍କ ବିଶ୍ରାମ କରିବା ସହ ଦୋକାନ ମଧ୍ୟ ଚଳାଇପାରିବ । କିନ୍ତୁ ଏହି ହୋଟେଲରେ ରହଣୀ ପାଇଁ ମଧ୍ୟ କିଛି ନିୟମ ରହିଛି ।

ଡେଲି ଷ୍ଟାର ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ ସ୍କଟଲ୍ୟାଣ୍ଡର ୱିଗ୍‌ଟାଉନ୍ ସହର । ସ୍କଟଲ୍ୟାଣ୍ଡର ନ୍ୟାସନାଲ ବୁକ୍ ଟାଉନ୍ ଭାବରେ ଜଣାଶୁଣା ଏହି ସହର । ଏଠାରେ ଏକ ଏୟାର ବିଏନବି ହୋଟେଲ ରହିଛି ଯାହାର ନାଁ ‘ଓପନ୍ ବୁକ୍‌’ । ଏହି ହୋଟେଲର ବିଶେଷତ୍ୱ ହେଉଛି ଏଠାରେ ଯାତ୍ରୀଙ୍କ ରହଣୀ ପାଇଁ କକ୍ଷ ରହିଛି ଏବଂ ତଳେ ବହି ଦୋକାନ ଅଛି । ଜଣେ ଯାତ୍ରୀ ଉକ୍ତ ଦୋକାନର ମାଲିକ ହୋଇପାରିବ ଏବଂ ବହି ମଧ୍ୟ ବିକ୍ରି କରିପାରିବ ।

କହିରଖୁଛୁ ଏହି ହୋଟେଲ ସେହି ବ୍ୟକ୍ତିଙ୍କ ପାଇଁ ଖାସ୍ ଯେଉଁମାନେ ସମୁଦ୍ରକୂଳରେ କୂଳରେ ନିଜ ବୁକ୍ ଷ୍ଟୋର ଆରମ୍ଭ କରିବା ପାଇଁ ଯୋଜନା କରିଥିଲେ । କେବଳ ଏତିକି ନୁହେଁ ବର୍ତ୍ତମାନ ଏହି ହୋଟେଲ ଏତେ ଫେମସ୍ ହୋଇଯାଇଛି ଯେ ଏଠାରେ ରହଣୀ ପାଇଁ ଭିଡ଼ ଲାଗି ରହିଥାଏ । ବର୍ତ୍ତମାନ ଏହାର ୱାଟିଂ ପିରିୟଡ୍ ୨ବର୍ଷ ହୋଇଯାଇଛି । ଚ୍ୟାରିଟି ଦ୍ୱାରା ସଂଚାଳିତ ଏୟାର ବିଏନବି ଅଗଷ୍ଟ ୨୦୧୪ରେ ଖୋଲାଯାଇଥିଲା । ୱିଗ୍ ଟାଉନ୍ ଫେଷ୍ଟିଭାଲ କମ୍ପାନୀ ଦ୍ୱାରା ଏହି ହୋଟେଲ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ହୋଟେଲରେ ପ୍ରାୟ ୪୫୦ ଅତିଥି ରହିସାରିଛନ୍ତି । ଏହି ହୋଟେଲରେ ରହୁଥିବା ଯାତ୍ରୀମାନେ ନିଜ ପସନ୍ଦ ଅନୁଯାୟୀ ବହି ଦୋକାନର ଥିମ୍ ସହ ବହିର ସ୍ଥାନ ମଧ୍ୟ ବଦଳାଇପାରିବେ ଏବଂ ବହି ପଢ଼ିବାକୁ ଆସୁଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ । । କହିବାକୁ ଗଲେ ଏହି ହୋଟେଲ ବୁକ୍ ଲଭର୍ସଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ବହି ବକ୍ରି କରିବା ପରେ ଯାତ୍ରୀ ସେହି ଟଙ୍କାର କ’ଣ କରିଥାନ୍ତି କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.