fbpx

ବିଧବା ବୋହୂର ବାହାଘର କଲେ ଶାଶୁ-ଶଶୂର

ଆମ ସମାଜରେ ଶାଶୁକୁ ମା ଓ ବୋହୂକୁ ଝିଅ ବୋଲି କେବେ ବି ମାନନ୍ତି ନାହିଁ । କିନ୍ତୁ ଲୋକଙ୍କ ଏହି କଥାକୁ ଭୁଲରେ ପ୍ରମାଣିତ କରି ଦେଖାଦେଇଛନ୍ତି ମଧ୍ୟପ୍ରଦେଶର ଜଣେ ଦମ୍ପତ୍ତି । ଦମ୍ପତ୍ତି ଦୁହେଁ ନିଜ ବିଧବା ବୋହୂକୁ ନିଜ ଝିଅଠାରୁ ବି ଅଧିକ ସ୍ନେହ ଦେବା ସହ ତାର ସୁନ୍ଦର ଭବିଷ୍ୟତ ପାଇଁ ଆଉ ଥରେ ରୀତିନୀତି ସହ ବିବାହ କରି ବିଦା କରିଛନ୍ତି । ଖବର ମୁତାବକ, ରତଲାମର କାଟଜୁ ନଗରର ୨ ମାତା-ପିତା ଗତ ୩ ବର୍ଷ ପୂର୍ବରୁ ନିଜ ପୂଅକୁ ହରାଇଥିଲେ । କ୍ୟାନସରେ ସ୍ୱାମୀକୁ ହରାଇବା ପରେ ସବୁ ଦୁଃଖକୁ ପଛରେ ପକାଇ ଶାଶୂ-ଶଶୂରଙ୍କ ସହିତ ରହି ସେମାନଙ୍କ ସେବାରେ ସମୟ ବିତାଉଥିଲା ବୋହୂ । ୩ ବର୍ଷ ପରେ ପୁଣି ଥରେ ବୋହୂର ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଶାଶୁ-ଶଶୂର ଚିନ୍ତା କଲେ । ଶେଷରେ ଝିଅ ବିଦା କଲା ପରି ସମସ୍ତ ରୀତିନୀତି ଅନୁସାରେ ବୋହୂର ବାହାଘର କରି ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କଲେ ।

Get real time updates directly on you device, subscribe now.