fbpx
BSKY
BJD SHG SKY
BJD YOUTH SKY

ଏପଟେ ପେଟପାଟଣା ସେପଟେ କଟକଣା: ଚିନ୍ତାରେ ୧ ନମ୍ବର ହାଟ ବ୍ୟବସାୟୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଗତ୮ ଦିନରେ ୩ଟି ମାର୍କେଟକୁ ସିଲ କଲାଣି ବିଏମସି । ଚାରି ନମ୍ବର ମାଛ ମାର୍କେଟ, ବାପୁଜୀ ନଗର ମାର୍କେଟ ପରେ ଆଜି ଏକ ନମ୍ବର ପରିବା ହାଟ କୁ ସମ୍ପୂର୍ଣ ସିଲ କରିଛି ବିଏମସି । ୧ ତାରିଖ ଯାଏଁ ହାଟରେ ବିକ୍ରିବଟା ଉପରେ ଲଗାଯାଇଛି ରୋକ । ଅତ୍ୟଧିକ ଭିଡ ଓ କରୋନାର କଟକଣା ଉଲଂଘନ ହେଉଥିବା ରୁ ଏଭଳି ପଦକ୍ଷେପ ନେଇଛି ବିଏମସି । ପୂର୍ବରୁ ଏକ ନମ୍ବର ହାଟ ବ୍ୟବସାୟୀଙ୍କୁ ୟୁନିଟ-୬ ବାଳିକା ବିଦ୍ୟାଳୟ ପଡିଆରେ ବିକ୍ରିବଟା ପାଇଁ ଅନୁମତି ଦିଆଯାଈଥିଲା । ହେଲେ କିଛି ବ୍ୟବସାୟୀ ସେଠାରେ ସ୍ଥାନ ନାହିଁ କହି ହାଟ ଭିତରେ ବ୍ୟବସାୟ କରୁଥିଲେ । ଅସମ୍ଭାଳ ଭିଡ଼ ଓ କୋଭିଡ କଟକଣା କୁ ଫୁ କରିଥିବାରୁ ଆଜି ବିଏମସି ହାଟ ସିଲ କରିଛି । ତେବେ ବିଏମ୍ସିର ଏହି ପଦକ୍ଷେପକୁ ନାପସନ୍ଦ କରିଛି ବ୍ୟବସାୟୀ ସଂଘ । ସରକାର ଜୀବନ ଓ ଜୀବିକାର ନାରା ଦେଉଛି ହେଲେ ଏପଟେ କିନ୍ତୁ ବିଏମ୍ସି ତାର ବ୍ୟବସାୟୀ ମାରଣ ନୀତି ଜାରି ରଖିଛି । ଏକ ସପ୍ତାହ ବ୍ୟାପୀ ହାଟ ବନ୍ଦ କରାଯାଇଥିବା ବେଳେ ସେହି ସମୟ ମଧ୍ୟରେ ହେବାକୁ ଥିବା କ୍ଷତିକୁ ନେଇ ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଇଛନ୍ତିି ।

ଅନ୍ୟପଟେ ଚଳିତ ମାସ ୧୮ ତାରିଖ ରୁ ୨୫ ତାରିଖ ଯାଏଁ ସିଲ ହୋଇଥିଲା ବାପୁଜୀ ନଗର ଓ ୪ ନମ୍ବର ମାଛ ମାର୍କେଟ । ଉଭୟ ମାର୍କେଟ୍ ବର୍ତ୍ତମାନ ପରସ୍ଥିତିରେ ଖୋଲିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପନିପରିବା ଏବଂ ପାନ ପରି ଜିନିଷ ପଚି ସଢି ନଷ୍ଟ ହେଉଥିବା ବେଳେ ଏହି କ୍ଷୟକ୍ଷତିର ଭରଣା କିଏ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.