fbpx

ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ କୀର୍ତ୍ତି

ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ ଏବେ ନିଜର ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଏପ୍ରିଲ ୧ ରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ ଏବଂ ତାଙ୍କ ସ୍ୱାମୀ ସାହିଲ ସେହଗଲ ଉଭୟଙ୍କ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ଅବଶ୍ୟ ସେତେବେଳେ ସେ ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଥିଲେ । ବିବାହ ବିଚ୍ଛେଦ ପରେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ସମ୍ପର୍କକୁ ବଞ୍ଚାଇବା ପାଇଁ ମୁଁ ନିରନ୍ତର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲି । ସେ କହିଥିଲେ ତାଙ୍କର ଏହି ନିଷ୍ପତିରେ ତାଙ୍କ ବାପା ସପୋର୍ଟ କରଥିଲେ ବି ତାଙ୍କ ମା’ ଏହି ସମ୍ପର୍କକୁ ବଞ୍ଚାଇବାକୁ କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ମୋ ଜୀବନରେ ଏମିତି ଏକ ମୋଡ଼ ଆସିଥିଲା ଯେତେବେଳେ ମୋ ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଥିଲି ଏବଂ ମୋତେ ସେହି ସମୟରେ ଏକ କଠିନ ନିଷ୍ପତି ନେବାକୁ ଥିଲା । ତେବେ ସେ କହିଥିଲେ ମୁଁ ଏହି ସମ୍ପର୍କରେ ସାଧାରଣରେ କଥା ହେବାକୁ ଚାହୁଁନାହାନ୍ତି । ତଥାପି ସେ କହିଥିଲେ ଯେ ସେ ତାଙ୍କ ସମ୍ପର୍କକୁ ବଞ୍ଚାଇବାକୁ ପୁରା ଚେଷ୍ଟା କରିଥିଲେ । କୀର୍ତ୍ତି କୁଲ୍ହାରୀ ୨୦୧୬ରେ ସାହିଲ ସେହଗଲଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା, ଏବଂ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାନେଇ ନିଷ୍ପତି ନେଇଥିଲେ ।

Get real time updates directly on you device, subscribe now.