ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ସଚିନ୍ ପାଇଲଟ ଓ ଅଶୋକ ଗେହଲୋଟ୍: ଖଡ଼ଗେଙ୍କ ବାସଭବନରେ ଲମ୍ବା ବୈଠକରେ ହେଲା ନିଷ୍ପତି

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବଡ଼ ବୈଠକ ହୋଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ତାଙ୍କର ପୂର୍ବତନ ଡେପୁଟି ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ଲାନିଂ ଆରମ୍ଭ କରିଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ଦଳ ଏହାର ଭାବମୂର୍ତ୍ତି ସଜାଡ଼ିବା ଅତ୍ୟଧିକ ଆବଶ୍ୟକତା ରହିଛି।

ଏହାକୁ ନଜରରେ ରଖି କଂଗ୍ରେସର ଏହି ଚାରି ଘଣ୍ଟିଆ ବୈଠକ ପରେ ଦଳର ନେତା କେସି. ଭେନୁଗୋପାଲ କହିଛନ୍ତି ଯେ, ଉଭୟ ନେତା ସର୍ବସମ୍ମତିକ୍ରମେ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ହାଇ କମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି। ତେବେ ଦୁଇ ଜଣଙ୍କ ମଧ୍ୟରେ ‘ଶାନ୍ତି ଚୁକ୍ତି’ କିମ୍ବା ଆଗାମୀ ନିର୍ବାଚନ ପାଇଁ ଦାୟିତ୍ୱ ବିଭାଜନର କୌଣସି ସୂଚନା ଦିଆଯାଇ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଅଶୋକ ଗେହଲୋଟ୍-ସଚିନ୍ ପାଇଲଟ୍ ମଧ୍ୟରେ ବିବାଦ ସର୍ବସାଧାରଣରେ ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.