fbpx

ଭାରତର ଜନସଂଖ୍ୟାକୁ ନେଇ ଜାତିସଂଘ ଦେଲା ବଡ ତଥ୍ୟ, ଜାଣନ୍ତୁ ଚୀନ୍ ଠାରୁ କମିଲା କି ବଢିଲା

ନୂଆଦିଲ୍ଲୀ: ଭାରତର ବର୍ତ୍ତମାନର ଜନସଂଖ୍ୟାକୁ ନେଇ ଜାତିସଂଘର ପପୁଲେସନ ଫଣ୍ଡ ପକ୍ଷରୁ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଯାଇଛି । ଏଥିମଧ୍ୟରୁ ୧୪ ପ୍ରତିଶତ ୦ରୁ୧୪ ବର୍ଷ ବୟସ ମଧ୍ୟରେ ରହିଛନ୍ତି । ଜାତିସଂଘ ଜନସଂଖ୍ୟା କୋଷର ବିଶ୍ୱ ଜନସଂଖ୍ୟା ସ୍ଥିତି ୨୦୨୪ ରିପୋର୍ଟରୁ ଜଣାପଡିଛି କି ଭାରତର ଜନସଂଖ୍ୟା ୭୭ ବର୍ଷ ଭିତରେ ୨ ଗୁଣ ହୋଇଯିବ ।

ଜାତିସଂଘ ରିପୋର୍ଟ ଅନୁସାରେ ଭାରତ ୧୪୪.୧୭ କୋଟି ଆନୁମାନିକ ଜନସଂଖ୍ୟା ସହିତ ପୁରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଏହାପରକୁ ଚୀନ୍ ୧୪୨.୫କୋଟି ଜନସଂଖ୍ୟା ସହିତ ୨ୟ ସ୍ଥାନରେ ରହିଛି । ୨୦୧୧ରେ ହୋଇଥିବା ଜନଗଣନାରେ ଭାରତର ଜନସଂଖ୍ୟା ୧୨୧ କୋଟି ଥିଲା ।

ରିପୋର୍ଟରେ କୁହାଯାଇଛି ଭାରତର ୨୪% ଜନସଂଖ୍ୟା ୦-୧୪ ବର୍ଷ ଭିତରେ ହୋଇଥିବା ବେଳେ ୧୭ ପ୍ରତିଶତ ୧୦-୧୯ ବୟସ ସୀମା, ୨୬% ୧୦-୨୪ ବୟସ ସୀମା, ୧୫ରୁ ୬୪ ଭିତରେ ୬୮% ଜନସଂଖ୍ୟା ରହିଛନ୍ତି । ଏହା ବ୍ୟତିତ ଦେଶର ୭% ଜନସଂଖ୍ୟା ୬୫ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ରହିଛନ୍ତି ।

Get real time updates directly on you device, subscribe now.