fbpx

(Video) ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’: ସୂର୍ଯ୍ୟଙ୍କ ଅଭିଷେକରେ ଝଲସି ଉଠିଲେ ପ୍ରଭୁ ଶ୍ରୀରାମ, ନାଚୁଛି ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଜୟ ଶ୍ରୀରାମ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟ ନଗରୀ । ବର୍ଷ ବର୍ଷ ଅପେକ୍ଷା ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅଦ୍ଭୁତ ଠାଣୀ ଦେଖୁଛି ସାରା ଜଗତ । ପବିତ୍ର ରାମ ନବମୀରେ ଦେଖିବାକୁ ମିଳିଛି ଶ୍ରୀ ରାମଲଲାଙ୍କ ଦିବ୍ୟ ଦର୍ଶନ । ରାମ ନବମୀ ଅବସରରେ ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ସମାପନ ହୋଇଛି । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଛନ୍ତି ବାଲକ ରାମ ପ୍ରଭୁ ରାମଲଲା । ଏହାସହିତ ଝଲସୁଛି ସାରା ଅଯୋଧ୍ୟା ମହାନଗରୀ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର ଅପୂର୍ବ ଝଲକ ଦେଖିବାକୁ ମିଳିଛି । ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବା ପରେ ଅଯୋଧ୍ୟା ରାମ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ପବିତ୍ର ରାମ ନବମୀ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଶେଷ ହୋଇଛି ପ୍ରଭୁ ରାମଲଲାଙ୍କ ସ୍ୱତନ୍ତ୍ର ପୂଜା । ପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଅଯୋଧ୍ୟାରେ ଆଜି ଜନସମୁଦ୍ର ଦେଖିବାକୁ ମିଳିଛି । ଦିନ ୧୨ଟା ସମୟରେ ସୂର୍ଯ୍ୟକିରଣରେ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଶେଷ ହୋଇଛି । ବୈଜ୍ଞାନିକ ପଦ୍ଧତିରେ ୫.୮ ସେମି ଆଲୋକ ସହିତ ରାମଲାଲାଙ୍କ ‘ସୂର୍ୟ୍ୟ ତିଲକ’ ପକରାଇଛନ୍ତି ମନ୍ଦିରର ପରିଚାଳନା କମିଟି । ଏହି ଅବସରରେ ଏକ ୧୦ ଜଣିଆ ଭାରତୀୟ ବୈଜ୍ଞାନିକ ଟିମ୍ ରାମ ମନ୍ଦିରରେ ନିୟୋଜିତ ହୋଇଥିଲେ। ଦିନ ୧୨ ଟାରୁ ରାମଲାଲାଙ୍କ ମୁହଁରେ ଦର୍ପଣ ଏବଂ ଲେନ୍ସ ବ୍ୟବହାର କରି ପ୍ରାୟ ୩ ରୁ ୩.୫ ମିନିଟ୍ ପର୍ୟ୍ୟନ୍ତ ସୂର୍ୟ୍ୟ କିରଣ ରାମଲଲାଙ୍କ କପାଳରେ ସ୍ଥାପନ କରାଯାଇଥିଲା ।

ଦର୍ପଣ ଏବଂ ଲେନ୍ସ ବ୍ୟବହାର କରି ଏକ ଉପକରଣ ପ୍ରସ୍ତୁତ କରିଥିଲେ ଭାରତୀୟ ବୈଜ୍ଞାନିକ । ଯାହାଦ୍ୱାରା ଆଜି ଅଲୌକିକ ଢଙ୍ଗରେ ଅନୁଷ୍ଠିତ ହୋଇଛି ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ । ଏହାପରେ ଭଗବାନ ଶ୍ରୀରାମଙ୍କ ବିଶେଷ ପୂଜା ବିଧି ଅନୁଷ୍ଠିତ ହୋଇଛି ଏବଂ ଆଳତୀ ହୋଇଛି । ତେବେ ଆଜି ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ୧୯ ଘଣ୍ଟାକୁ ବୃଦ୍ଧି କରାଯାଇଛି । ଭକ୍ତମାନେ ମଙ୍ଗଳ ଆଳତୀରୁ ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ରାମଲଲାଙ୍କ ଦିବ୍ୟ ଦର୍ଶନ କରିପାରିବେ ।

Get real time updates directly on you device, subscribe now.