fbpx

ଗ୍ରୀଷ୍ମ ପ୍ରଭାବରୁ ଆଶ୍ୱସ୍ତି ଦେବ AC Helmet, ଏବେ ଦୀର୍ଘ ସମୟ କାର୍ଯ୍ୟ କରିପାରିବେ ଟ୍ରାଫିକ୍ ପୋଲିସ

କାନପୁର: ଦିନକୁ ଦିନ ଦେଶ ତଥା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଅନେକ ରାଜ୍ୟରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଏଥିପାଇଁ ସାଧାରଣ ଜନତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଥିମଧ୍ୟରେ ସହର ଗୁଡ଼ିକର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଟ୍ରାଫିକ୍ ପୋଲିସ ନିୟୋଜିତ ଅଛନ୍ତି । ଏହି ମୁଣ୍ଡଫଟା ଖରାରେ ବି ସେମାନଙ୍କୁ ଡ୍ୟୁଟି କରିବାକୁ ପଡ଼ୁଛି । ଟ୍ରାଫିକ୍ ପୋଲିସଙ୍କ ପାଇଁ ଏକ ଖୁସି ଖବର । ଏଣିକି ସେମାନଙ୍କୁ ଗ୍ରୀଷ୍ମ ପ୍ରଭାବରୁ ରକ୍ଷା କରିବା ପାଇଁ ଇଉ ଐରକ୍ଷଜ୍ଞରଗ୍ଧ ପ୍ରଦାନ କରାଯିବ ଯାହାକୁ ପିନ୍ଧି ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହଜ ହେବ ।

ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରକୋପରୁ ଟ୍ରାଫିକ୍ ପୋଲିସ କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ କାନପୁର ଟ୍ରାଫିକ୍ ପୋଲିସ ଅଧିକାରୀଙ୍କ ପକ୍ଷରୁ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ଡିସିପି(ଟ୍ରାଫିକ) ଆରତୀ ସିଂହଙ୍କ କହିବାନୁଯାୟୀ ବର୍ତ୍ତମାନ ଏହି AC Helmet ପରୀକ୍ଷାମୂଳକ ଭାବେ ଶହରର ୬ଟି ପ୍ରମୁଖ ଟ୍ରାଫିକ ଛକରେ ନିୟୋଜିତ ଥିବା କର୍ମୀଙ୍କୁ ପ୍ରଦାନ କରାଯାଇଛି । ଏହି ଟ୍ରାଏଲ ପରୀକ୍ଷଣ ସଫଳ ହୋଇଛି ଏବଂ ଖୁବ୍ ଶୀଘ୍ର ସହରର ଆନ୍ୟ ଟ୍ରାଫିକ ପୋଲିସଙ୍କୁ ପ୍ରଦାନ କରାଯିବ ।

କେଉଁଠି ନିର୍ମିତ ହେଉଛି AC Helmet ?

ହାଇଦ୍ରାବାଦର ଏକ କମ୍ପାନୀ ଏହି ନିର୍ମାଣ କରୁଛି । କାନପୁର ପୋଲିସ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରୁଛି । ଟ୍ରାଫିକ୍ ପୋଲିସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ହେଲମେଟରେ ବିଭିନ୍ନ ଫିଚର ପ୍ରଦାନ କରାଯାଇଛି । ଏହି AC Helmetର ବିଶେଷତ୍ୱ ହେଉଛି ଏହାକୁ ଥରେ ଚାର୍ଜ କରିବା ପରେ ୮ ଘଣ୍ଟା ପର୍ଯ୍ୟନ୍ତ ଶୀତଳତା ପ୍ରଦାନ କରିଥାଏ । ସୂର୍ଯ୍ୟ କିରଣର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ହେଲମେଟକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏହାର ଉପର ଅଂଶରେ ଏକ କୁଲିଂ ସିଷ୍ଟମ ରହିଛି ଯେଉଁଥିରେ ଏକ ପଙ୍ଖା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଲାଗିଛି । ଏହା ଶୀତଳତା ପ୍ରଦାନ କରିବା ସହ ମୁସ୍ତିଷ୍କକୁ ଥଣ୍ଡା ରଖିଥାଏ । ଅତ୍ୟାଧିକ ଖରାରେ ଡ୍ୟୁଟି କରିବା ସମୟରେ ଟ୍ରାଫିକ ପୋଲିସ ଅଚେତ ହୋଇଯାଉଥିବାରୁ ଟ୍ରାଫିକ ପୋଲିସ ଅଧିକାରୀଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.