fbpx

ନବମୀରେ କନ୍ୟା ପୂଜନ କଲେ ରାମାୟଣର ରାମ; ପାଦ ଧୋଇ ନେଲେ ଆଶୀର୍ବାଦ, ସାମ୍ନାକୁ ଆସିଲା photos

ଓଡ଼ିଶା ଭାସ୍କର: ଆଜି ସାରା ଦେଶରେ ବେଶ୍ ଧୁମ୍‌ଧାମ୍‌ରେ ରାମନବମୀ ପାଳିତ ହେଉଛି । ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଟେଲି ଶୋ’ ରାମାୟଣର ରାମ ଅର୍ଥାତ୍ ଅରୁଣ ଗୋଭିଲ ମଧ୍ୟ ଆଜି ବେଶ୍ ଧୁମଧାମ୍‌ରେ ଏହି ପର୍ବ ପାଳନ କରିଛନ୍ତି ।
ଅରୁଣ ଗୋଭିଲ୍ ପତ୍ନୀଙ୍କ ସହ ଆଜି କନ୍ୟା ପୂଜନ କରିଛନ୍ତି । ଏହାସହିତ ସେ ଦେଶବାସୀଙ୍କୁ ଖୁବ୍ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଅରୁଣ ଲେଖିଛନ୍ତି ଚୈତ୍ର‌୍ୟ ରାମ ନବମୀରେ ମେରୁଟରେ ମୁଁ ଓ ମୋ ଧର୍ମପତ୍ନୀଙ୍କୁ କନ୍ୟା ପୂଜନର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପ୍ରଭୁ ରାମଙ୍କ ଜନ୍ମଦିବସ ଓ ମାତା ଦୁର୍ଗାଙ୍କ ନବମୀ ତିଥିରେ ଆଜି ସମସ୍ତଙ୍କୁ ମୋର ଶୁଭକାମନା ଓ ସମସ୍ତଙ୍କ ମଙ୍ଗଳ ଲାଗି ମୋର ପ୍ରାର୍ଥନା ।

ଫଟୋରେ ଦେଖିବାକୁ ମିଳୁଛି କି ଅରୁଣ କନ୍ୟାଙ୍କ ପାଦ ଧୋଇବା ସହିତ ଟୀକା ଲଗାଉଛନ୍ତି ଓ ସେମାନଙ୍କ ଲାଗି ଖାଦ୍ୟ ପରଷୁଛନ୍ତି । ଅରୁଣଙ୍କ ଏହି କନ୍ୟା ପୂଜନ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଓ ଫ୍ୟାନ୍ସ ଜୟଶ୍ରୀରାମ କମେଣ୍ଟ ସହ ଅରୁଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ଏବେ ଅରୁଣ ରାଜନୀତି ମଇଦାନକୁ ବି ଓହ୍ଲାଇଛନ୍ତି । ସେ ମେରୁଟରୁ ବିଜେପି ଟିକେଟରେ ନିର୍ବାଚନ ଲଢିବେ ।

Get real time updates directly on you device, subscribe now.