fbpx

ଜିଓର ଏହି ରିଚାର୍ଜରେ ମାଗଣା ମିଳୁଛି ଡାଟା, ଜାଣନ୍ତୁ ପ୍ଲାନର ପୁରା ତାଲିକା

ଓଡ଼ିଶା ଭାସ୍କର: ଜିଓ ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ଲାଭଦାୟକ ପ୍ଲାନ୍ସର ଅପ୍ସନ ମିଳିଥାଏ । କମ୍ପାନୀ ବିଭିନ୍ନ ସମୟରେ ବହୁ ଶସ୍ତା ପ୍ଲାନ ଅଫର କରିଥାଏ । କିଛି ପ୍ଲାନ୍ସ ଆଡିସନାଲ ଡାଟା ସହ ଆସିଥାଏ । କମ୍ପାନୀ ୨୩୯ ଟଙ୍କାର ସମସ୍ତ ପ୍ଲାନ ସହିତ ଅନଲିମିଟେଡ୍ ୫ଜି ଡାଟା ମାଗଣାରେ ଅଫର କରୁଛି । ଆମେ ଯେଉଁ ପ୍ଲାନର କଥା କହୁଛୁ ସେଥିରେ କମ୍ପାନୀ ମାଗଣାରେ ଏକ୍ସଟ୍ରା ଡାଟା ପ୍ରଦାନ କରୁଛି ।

ଜିଓର ୩୯୮ ଟଙ୍କିଆ ପ୍ଲାନ୍ ୨୮ ଦିନ ଭ୍ୟାଲିଡିଟି ସହ ଆସିଥାଏ । ଏଥିରେ ଡେଲି ୨ଜିବି ଡାଟା, ଅନଲିମିଟେଡ୍ ଭଏସ୍ କଲିଂ ଓ ୧୦୦ଏସଏମଏସ୍‌ର ସୁବିଧା ମିଳିଥାଏ । ଏହି ରିଚାର୍ଜ ପ୍ଲାନ ସହିତ କମ୍ପାନୀ ୬ଜିବି ଆଡିସନାଲ ଡାଟା ଦେଉଛି । ଏହା ସହିତ ୟୁଜର୍ସଙ୍କୁ ଓଟିଟି ସବସ୍କ୍ରିପସନ ବି ମିଳୁଛି ଯେଉଁଥିରେ ଜିଓ ସିନେମା ସହିିତ ବହୁ ପ୍ଲାଟଫର୍ମ ବି ରହିଛି ।

ଜିଓର ୭୪୯ ଟଙ୍କିଆ ପ୍ଲାନ ବି ଏକ୍ସଟ୍ରା ଡାଟା ସହ ଆସୁଛି । ଏଥିରେ ଗ୍ରାହକଙ୍କୁ ୨୦ଜିବି ଏକ୍ସଟ୍ରା ଡାଟା ମିଳୁଛି । ଏହି ପ୍ଲାନ ୯୦ ଦିନ ଭାଲିଡିଟି ସହ ଆସୁଛି । ଏହି ପ୍ଲାନରେ ଦୈନିକ ୨ଜିବି ଡାଟା ସହିତ ଅନଲିମିଟେଡ୍ ଭଏସ୍ କଲିଂ, ଡେଲି ୧୦୦ଏସଏମଏସ୍ ଓ ଅନ୍ୟ ସୁବିଧା ମିଳିବ ।

ସେହିପରି ଜିଓର ୧୧୯୮ ଟଙ୍କାର ପ୍ଲାନ ୮୪ ଦିନ ଭ୍ୟାଲିଡିଟି ସହ ଆସୁଛି । ଏଥିରେ ଡେଲି ୨ଜିବି ଡାଟା, ଅନଲିମିଟେଡ୍ ଭଏସ୍ କଲିଂ ଓ ୧୦୦ଏସଏମଏସ୍ ସୁବିଧା ବି ରହିଛି । ଏହି ପ୍ଲାନ ସହିତ ୧୮ ଜିବି ମାଗଣା ଡାଟା ମିଳୁଛି । ଏଥିରେ ଆପଣ ୧୪ ଓଟିଟି ପ୍ଲାଟଫର୍ମ ଆକ୍ସେସ କରିପାରିବେ ।

 

Get real time updates directly on you device, subscribe now.