fbpx

(Video) ‘ସୂର୍ଯ୍ୟ ତିଳକ’ ଦେଖି ପାରିଲେନି ମୋଦୀ: ରାମଲଲାଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଅନୁଷ୍ଠିତ ହୋଇଛି । ୫ ମିନିଟ ପର୍ଯ୍ୟନ୍ତ ରାମଲଲାଙ୍କ କପାଳରେ ଶୋଭା ପାଇଛି ସୂର୍ଯ୍ୟଦେବଙ୍କ ଦିବ୍ୟ କିରଣ । ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲକ ରାମଙ୍କ ଏହି ଦିବ୍ୟ ଦର୍ଶନ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଭିଡିଓ କଲରେ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ଦର୍ଶନ ପରେ ଜୟ ଶ୍ରୀରାମ କହି ମୋଦୀ କାନ୍ଦି ପକାଇଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ଆଜି ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖିବା ପାଇଁ ରାମ ମନ୍ଦିରରେ ଜନ ସମୁଦ୍ର ସୃଷ୍ଟି ହୋଇଛି । କିନ୍ତୁ ପହଞ୍ଚି ପାରି ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଭୁ ଶ୍ରୀରାମଙ୍କ ପାଖରୁ ୧୧୦୦ କି.ମି ଦୂରରେ ଥାଇ ପ୍ରଧାନମନ୍ତ୍ରୀ ଏହି ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେଣୁ ଭିଡିଓ କଲ ଜରିଆରେ ସେ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଅପୂର୍ବ ଦର୍ଶନ ଲାଭ କରି ନିଜକୁ ସମ୍ଭାଳି ପାରି ନାହାନ୍ତି ମୋଦୀ, ଆଖିରୁ ତାଙ୍କର ଝରିଯାଇଛି ଅବୁଝା ଲୁହ । ପ୍ରଭୁଙ୍କର ଏହି ଅଲୌକିକ ଲୀଳା, ଅପୂର୍ବ ଠାଣୀକୁ ଦେଖି ମୋଦୀଙ୍କ ମନ ନାଚି ଉଠିଛି । କିନ୍ତୁ ପ୍ରଭୁଙ୍କୁ ପାଖରେ ନ ପାଇ ମୋଦୀ ନିଜକୁ ଦୁର୍ଭାଗ୍ୟ ବୋଲି ମନେ କରିଛନ୍ତି । ଆଖିରୁ ଦୁଇ ଟୋପା ଲୁହ ମଧ୍ୟ ଝରିଯାଇଛି । ଆଉ ଏହି ଲୁହ ଦେଇ ଝରିଆସିଛି ରାମଲଲାଙ୍କ ପ୍ରତି ମୋଦୀଙ୍କ ମନରେ ଥିବା ଭକ୍ତି ଏବଂ ଅଭିମାନ । ଏହାପରେ ସେ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରୁ କରୁ ‘ଜୟ ଶ୍ରୀରାମ’ କହି ରାମଲଲାଙ୍କୁ ସ୍ମରଣ କରିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏହାର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କୁ ଏକ ଟାବଲେଟରେ ରାମଲାଲାଙ୍କ ଦିବ୍ୟ ଦର୍ଶନ ଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, “ନାଲବାରୀ ବୈଠକ ପରେ ଅଯୋଧ୍ୟାରେ ରାମଲାଲାଙ୍କ ‘ସୂର୍ୟ୍ୟ ତିଳକ’ର ଅଦ୍ଭୁତ ତଥା ଅନନ୍ୟ ମୁହୂର୍ତ୍ତ ଦର୍ଶନ କରିବାର ସୌଭାଗ୍ୟ ପାଇଛି। ଶ୍ରୀରାମ ଜନ୍ମଭୂମୀର ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ମୂହୁର୍ତ୍ତ ହେବ। ବାଲକ ରାମଙ୍କ ଏହି ‘ସୂର୍ୟ୍ୟ ତିଲକ’ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ନିଜର ଦିବ୍ୟ ଶକ୍ତିରେ ଏଭଳି ଭାବରେ ପ୍ରକାଶିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦୀର୍ଘ ବର୍ଷର ବାଦ ବିବାଦ ପରେ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଏବଂ ପ୍ରତିଷ୍ଠା ସମ୍ଭବ ହୋଇପାରିଛି । ଯେଉଁଥିପାଇଁ ଆଜି ଏଠାରେ ଅଲୌକିକ ଭାବରେ ଅନୁଷ୍ଠିତ ହୋଇଛି ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ । ତେବେ ଏସବୁ ସମ୍ଭବ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ମଧ୍ୟ ରାମଲାଲାଙ୍କ ଅପୂର୍ବ ମୁହୂର୍ତ୍ତ ଦର୍ଶନ କରିପାରି ନାହାନ୍ତି ପ୍ରଧାନମନ୍ତ୍ରୀ । କାରଣ ମୋଦୀ ବର୍ତ୍ତମାନ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ପାଇଁ ଆସାମ ଗସ୍ତରେ ରହିଛନ୍ତି । ଏଠରେ କିଛି ସମୟ ବାହାର କରି ସେ ରାମଲଲାଙ୍କ ଅପୂର୍ବ ଦର୍ଶନ କରି ମନକୁ ସାନ୍ତ୍ୱନା ଦେଇଛନ୍ତି ।

Get real time updates directly on you device, subscribe now.