fbpx

ଏହି ସିଜନରେ IPL ଟ୍ରଫି ଜିତିବ RCB! ଚମ୍ପିଆନ୍ ହେବା ନେଇ ଭବିଷ୍ୟବାଣୀ: ଦେଖନ୍ତୁ ୨୦ ବର୍ଷର ୱିନର ଲିଷ୍ଟ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ମୋଡ଼କୁ ଆସି ସାରିଛି । ଦମଦାର ପ୍ରଦର୍ଶନ ସହିତ ପ୍ଲେଅଫ୍ ପାଇଁ ୧୦ଟି ଦଳ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ରାଜସ୍ଥାନ ରୋୟଲ୍ସ ପଏଣ୍ଟ ଟେବୁଲର ଟପ୍ ରେ ଥିବା ବେଳେ କୋଲକାତା ଚେନ୍ନାଇ ଇତ୍ୟାଦି ମଧ୍ୟ ଏହି ତାଲିକାରେ ଆେଗେଇ ଚାଲିଛନ୍ତି । ତେବେ ପ୍ଲେଅଫ୍ ରେସରେ ପଛରେ ପଡ଼ି ଯାଇଛି ବିରାଟ କୋହଲିଙ୍କ ଦଳ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ନୂଆ ନାଁ ଏବଂ ଲୋଗୋ ବଦଳିବା ପରେ ଦଳର ଭାଗ୍ୟ ବଦଳିବ ବୋଲି ଆଶା କରା ଯାଉଥିଲେ ମଧ୍ୟ ଏହା ଭୁଲ ହୋଇଛି । କିନ୍ତୁ ବିରାଟ କେବେ ଆଇପିଏଲରେ ଚମ୍ପିଆନ୍ ହେବେ, ସେ ନେଇ ଏବେ ଭବିଷ୍ୟବାଣୀ ହୋଇଛି । ତେବେ ଚଳିତ ସିଜନରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟନ୍ସ ଚମ୍ପିଆନ୍ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି ।

ଚଳିତ ଆଇପିଏଲ ସିଜନରେ ପୁଣିଥରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ ଟ୍ରଫି ଉପରେ କବଜା କରିବ ବୋଲି କହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) । ଗୁଜୁରାଟ ଚଳିତବର୍ଷ ଶୁଭମନ ଗିଲଙ୍କ ନେତୃତ୍ୱରେ ଆଇପିଏଲରେ ଦ୍ୱିତୀୟ ଟ୍ରଫି ହାତେଇପାରେ । ତେବେ କେବେ ଆଇପିଏଲ ଟ୍ରଫି ଜିତିବେ ବିରାଟ କୋହଲୀ? ଏ ନେଇ ସସପେନ୍ସ ଲାଗିଥିବା ବେଳେ ଏଆଇ ଏହାର ଉତ୍ତର ଦେଇଛି । ତେବେ କେବଳ ଚଳିତବର୍ଷ ନୁହେଁ, ଆସନ୍ତା ୨୦ ବର୍ଷର ବିଜେତାଙ୍କ ତାଲିକା ପ୍ରସ୍ତୁତ କରିଛି ଏଆଇ । ଏଥିରେ କୁହାଯାଇଛି ଯେ, ଚଳିତବର୍ଷ ଗୁଜୁରାଟ ଟାଇଟଲ ହାତେଇବ ଏବଂ ଆସନ୍ତା ୨୦୨୯ରେ ବିଜେତା ହେବ ଆରସିବି । ଏ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଇପିଏଲର ଏକ ପ୍ରେଡିକ୍ଟେଡ ୱନିଙ୍ଗ ଲିଷ୍ଟ ଜାରି କରିଛି ।

ଏଆଇ କହିଛି ଯେ, ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଆଇପିଏଲରେ ସଂଘର୍ଷ କରିବ ବେଙ୍ଗଲୁରୁ । ଏହାପରେ ୨୦୨୯ ଆଇପିଏଲ ସିଜନରେ ଚମ୍ପିଆନ୍ ହେବାର ପ୍ରଥମ ଆରସିବି ସୁଯୋଗ ପାଇବ ବୋଲି ଏଆଇ ଭବିଷ୍ୟବାଣୀ କରିଛି । ଚଳିତ ସିଜନରେ ଆରସିବି ୭ଟି ମ୍ୟାଚ ଖେଳି ସାରିଥିବା ବେଳେ କେବଳ ଗୋଟିଏ ବିଜୟ ହାସଲ କରିବାରେ ସଫଳ ହୋଇଛି । ବାକି ୬ଟି ଯାକ ମ୍ୟାଚରେ ପରାଜୟ ବରଣ କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । କିଛି ଖେଳାଳିଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ଖେଳାଳି ଦୁର୍ବଳ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହା ଫଳରେ ବର୍ତ୍ତମାନ ଆରସିବି ପ୍ଲେଅଫ୍ ରେସରୁ ବାଦ୍ ପଡ଼ିବା ପରିସ୍ଥିତିରେ ପହଞ୍ଚିଛି ।

Get real time updates directly on you device, subscribe now.