fbpx

ପାର୍ବଣ ଋତୁରେ ଏହି ବ୍ୟାଙ୍କ ଗ୍ରାହକଙ୍କ ଏଫ୍‌ଡି ଉପରେ ବଢାଇଲା ସୁଧ, ଏବେ ମିଳିବ ବମ୍ପର ରିଟର୍ଣ୍ଣ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ଏହାର ଗ୍ରାହକଙ୍କୁ ବଡ ଉପହାର ଦେଇଛି । ନିର୍ଦ୍ଧିଷ୍ଟ ସମୟ ଲାଗି ଏହି ବ୍ୟାଙ୍କ ଫିକ୍ସଡ ଡିପୋଜିଟ ଉପରେ ସୁଧ ହାର ବୃଦ୍ଧି କରିଛି । ଏହି ସୁଧ ହାର ବୃଦ୍ଧି ୨ କୋଟିରୁ କମ୍ ସଞ୍ଚୟ ରାଶି ଉପରେ ଲାଗୁ କରାଯିବ ।

ୟୁନିଟି ବ୍ୟାଙ୍କ ୭୦୧ ଦିନ ଅବଧି ବିଶିଷ୍ଟ ଏଫଡି ଉପରେ ସୁଧ ହାର ବୃଦ୍ଧିର ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ ଏବେ ବରିଷ୍ଠ ନାଗରିକଙ୍କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ୯.୪୫% ସୁଧ ପ୍ରଦାନ କରିବ । ଅନ୍ୟପକ୍ଷରେ ଏହି ସମୟରେ ବ୍ୟାଙ୍କ ଏହାର ସାଧାରଣ ଗ୍ରାହକଙ୍କୁ ୮.୯୫% ସୁଧ ଦେବ ।

ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହାର ବୟସ୍କ ଗ୍ରାହକଙ୍କୁ ୧୦୦୧ ଦିନ ଅବଧି ବିଶିଷ୍ଟ ଏଫଡି ଉପରେ ବାର୍ଷିକ ହିସାବରେ ସବୁଠାରୁ ଅଧିକ ୯.୫୦% ସୁଧ ପ୍ରଦାନ କରିବ । ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ ବ୍ୟାଙ୍କ ଏହାର ସାଧାରଣ ଗ୍ରାହକଙ୍କୁ ୯% ହିସାବରେ ସୁଧ ପ୍ରଦାନ କରିବ । ଏହା ବ୍ୟତିତ ବ୍ୟାଙ୍କ ୧୮୧ରୁ ୨୦୧ଦିନ ଓ ୫୦୧ ଦିନ ଅବଧି ବିଶିଷ୍ଟ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୨୫ ଓ ସାଧାରଣ ଗ୍ରାହକଙ୍କୁ ୮.୭୫% ସୁଧ ପ୍ରଦାନ କରୁଛି ।

Get real time updates directly on you device, subscribe now.