fbpx

୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମଧ୍ୟ ଛୁଟି: ସୁଭଦ୍ରାର ଶୁଭାରମ୍ଭ ପାଇଁ ଖୋଲିବନି ସ୍କୁଲ-କଲେଜ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମହିଳା ବିକାଶଭିମୁଖୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ୧୭ ତାରିଖ ଦିନ ପାଇଁ ବର୍ତ୍ତମାନ ଭୁବନେଶ୍ୱରର ବିଶ୍ୱବିଦ୍ୟାଳୟକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସି ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୁଭଦ୍ରା ଯୋଜନା ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଭସ୍ତ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହିଦିନ ସମସ୍ତ ସରକାରୀ, ଘରୋଇ ଏବଂ ଡିମଡ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଏହାପୂର୍ବରୁ ବିଏମସି ଅଧୀନ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଅନ୍ୟପକ୍ଷରେ ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ପ୍ରଥମାର୍ଦ୍ଧ ଛୁଟି ଘୋଷଣା କରିଥିଲେ ସରକାର ।

Get real time updates directly on you device, subscribe now.