fbpx

ଆନ୍ଧ୍ର ମେଡିକାଲରେ ବ୍ୟାପିଲା ଅଜଣା ରୋଗ, କବଜାରେ ୬୦୦ ଲୋକ

କରୋନା ସଙ୍କଟ ବର୍ତ୍ତମାନ ସୁଦ୍ଧା ଟଳିନଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରର ମେଡିକାଲରେ ଏକ ରହସ୍ୟମୟୀ ରୋଗ ବ୍ୟାପିବାରେ ଲାଗିଛି । ସେଠାରେ ବହୁ ସଂଖ୍ୟକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ରୋଗ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୂଷଣ ଓ ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶନିବାର ଦିନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କୁ ସୂଚନା ଦେଇଛନ୍ତି ।

ଆନ୍ଧ୍ରର ଏଲୁରୁରେ ବ୍ୟାପିଥିବା ଏହି ଅଜଣା ରୋଗରେ ୬୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ସେମାନଙ୍କର ମୁଣ୍ଡ ବୁଲାଉଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉପରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ଡିସେମ୍ବର ୮ରେ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ ।

Get real time updates directly on you device, subscribe now.