fbpx

ବିଜେଡି କାର୍ଯ୍ୟକାରିଣୀ ୨୦ରେ

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଆସନ୍ତା ୨୦ ତାରିଖରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ସମ୍ମିଳନୀରେ ଉପସ୍ଥିତ ଥିଲେ । ୨୧ରେ ବସିବ ରାଜ୍ୟ ପରିଷଦ ବୈଠକ । ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ହେବ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବା ସହ ସାଙ୍ଗଠନିକ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା ହେବ ।

ଡିସେମ୍ବର ୨୬ରେ ୨୩ ବର୍ଷରେ ପଦାର୍ପଣ କରୁଛି ବିଜେଡି । ତେଣୁ ଏହି ଅବସରରେ ପ୍ରତି ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ଏହି ସମ୍ମିଳନୀରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.