fbpx

ଆସିଲା ଅନଲକ୍-୪ର ଗାଇଡଲାଇନ୍, ଜାଣନ୍ତୁ

ନୂଆଦିଲ୍ଲୀ,୨୯ ।୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ମିଳିଛି । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିଛି । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ମିଳିଛି ଅନୁମତି । ଏନେଇ ଖୁବଶୀଘ୍ର ଏସଓପି ଚାରି ହେବ । ସେପ୍ଟେମ୍ବର ୨୧ରୁ କଟକଣା ମାନି ସଭା, ସମିତି ଓ ଉତ୍ସବ ଚାଲିପାରିବ । ସଭା ସମିତିରେ ଶହେରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ।

ସେପ୍ଟେମ୍ବର ୩୦ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ୍ ଶିକ୍ଷାଦାନ ପାଇଁ ୫୦% କର୍ମଚାରୀ ସ୍କୁଲକୁ ଆସିପାରିବେ । ଏଣିକି ଶିକ୍ଷା ପରାମର୍ଶ ପାିଁ ସ୍କୁଲ ଆସିପାରିବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା । ସ୍କୁଲକୁ ଆସିବା ପାଇଁ କାହାରିକୁ ବାଧ୍ୟ କରାଯିବ ନାହିଁ । ଏଥିପାଇଁ ଛାତ୍ରଙ୍କୁ ପିତାମାତାଙ୍କ ଲିଖିତ ସହମତି ଆଣିବା ଜରୁରୀ । ଆଇଟିଆଇ ଭଳି ଦକ୍ଷତା ଓ ତାଲିମ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ।

କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ହୋଇପାରିବ ନାହିଁ । ଲକଡାଉନ୍ ନିହାତି ଜରୁରୀ ହେଲେ କେନ୍ଦ୍ରର ଅନୁମତି ନେବାକୁ ହେବ । ସିନୋମ ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ରହିବ ।

Get real time updates directly on you device, subscribe now.