fbpx

ବଢୁଛି ମହାନଦୀ: ଜାଣନ୍ତୁ କେଉଁଠି କେତେ ପାଣି?

କଟକ,୨୯ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ ବନ୍ୟା ସ୍ଥିତି । ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୨୭.୨୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮ ଲକ୍ଷ ୮୨ ହଜାର ୭୪୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୭ ଲକ୍ଷ ୭୨ ହଜାର ୩୪ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ତେବେ କଟକ ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ ଘନଫୁଟ ଜଳ ପ୍ରବାହିତ ହେଉଛି । ବରମୂଳରେ ୮ ଲକ୍ଷ ୮୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ଖଇରମାଳରରେ ୯ ଲକ୍ଷ ୯୩ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି ।

Get real time updates directly on you device, subscribe now.