fbpx

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍‌ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍‌

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍‌ଲକ୍ ପ୍ରକିୟ ହେବ । ବଜାର, ମଲ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି  ଦିଲ୍ଲୀ ସରକାର। ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବା ପରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପୂର୍ବରୁ ଜାରିଥିବା ଲକ୍‌ଡାଉନ୍‌ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀରେ ରେଷ୍ଟୁରାଣ୍ଟ ଓ ବ୍ୟକ୍ତିଗତ ଅଫିସ୍‌ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ସ୍କୁଲ୍‌, କଲେଜ୍‌, ଶିକ୍ଷାକେନ୍ଦ୍ର ଓ କୋଚିଂ ସେଣ୍ଟର ଆଦି ପୂର୍ବଭଳି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଖେଳକୁଦ,ମନୋରଞ୍ଜନ , ସାଂସ୍କୃତିକ, ଧାର୍ମିକ ଉତ୍ସବ ସମାରୋହ ଉପରେ ରୋକ୍‌ ଜାରି ରହିବ । ସୁଇମିଂ ପୁଲ୍‌, କ୍ରୀଡ଼ା ପରିସର, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ ମଧ୍ୟ ବନ୍ଦ ରହିବ । ତେବେ ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି । ଏସବୁ କେବଳ ଗୋଟିଏ ସପ୍ତାହ ପାଇଁ ଲାଗୁ କରାଯାଇଛି । ଯଦି ଆଗକୁ ମାମଲା ପୁଣି ବଢ଼େ ତେବେ କଟକଣା ପୁଣି ଜାରି କରାଯିବ । ନଚେତ୍‌ ସ୍ଥିତି ଠିକଠାକ୍‌ ରହିଲେ ଏହି ଅନଲକ୍‌ ପ୍ରକ୍ରିୟା ଜାରି ରହିବ ।

ସ୍ପା, ଜିମ୍‌, ଯୋଗ ଅନୁଷ୍ଠାନ ବନ୍ଦ ରହିବ । ସାର୍ବଜନିକ ପାର୍କ ଓ ଉଦ୍ୟାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସରକାରୀ କାର୍ଯ୍ୟାଳୟରେ ଗ୍ରୁ୍‌-ଏର ଅଧିକାରୀଙ୍କ ଶତପ୍ରତିଶତ ଉପସ୍ଥିତି ରହିବ ଏବଂ ବାକି କର୍ମଚାରୀଙ୍କର ୫୦% ଉପସ୍ଥିତି ରହିବ । ଅତ୍ୟାବଶ୍ୟକ ଗତିବିଧି ଜାରି ରହିବ । ବ୍ୟକ୍ତିଗତ ଅଫିସ୍‌ ସକାଳ ୯ଟାରୁ ୫ଟା ଯାଏ ୫୦% କ୍ଷମତାରେ ଚାଲିବ । ଧାର୍ମିକ ସ୍ଥଳ ଖୋଲିବ କିନ୍ତୁ କୌଣସି ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ନାହିଁ । ସାପ୍ତାହିକ ବଜାରର ଅନୁମତି ମିଳିବ ।

ସାର୍ବଜନିକ ସ୍ଥାନରେ ଯେପରି ବଙ୍କେଟ୍‌ ହଲ୍‌ କିମ୍ବା ହୋଟେଲରେ ବିବାହ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ବିବାହ କେବଳ କୋର୍ଟ କିମ୍ବା ଘରେ ହୋଇପାରିବ । ଏଥିାଇଁ କେବଳ ୨୦ ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ସେହିପରି ଅନ୍ତିମ ସଂସ୍କାର ପାଇଁ କେବଳ ୨୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ ମେଟ୍ରୋ ଓ ବସ୍‌ ୫୦ ପ୍ରତିଶତ କ୍ଷମତାରେ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଅଟୋ, ଇ-ରିକ୍ସା କିମ୍ବା ଟ୍ୟାକ୍ସରେ ୨ରୁ ଅଧିକ ଯାତ୍ରୀ ଯିବାକୁ ଅନୁମତି ଦିଆଯାଇନାହିଁ ।

Get real time updates directly on you device, subscribe now.