fbpx

ପରିସ୍ଥିତି ସୁଧୁରିଲେ ଯାଇ ଅନଲକ୍ ହେବ: DMET

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଜି ଏହାକୁ ନେଇ DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି, ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମିବ । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ମୃତ୍ୟୁସଂଖ୍ୟା ବଢୁଥିଲା । ତେବେ କରୋନା ସଂକ୍ରମଣ କମୁଛି ବୋଲି ଲୋକମାନେ ସଚେତନ ନହେଲେ ପୁଣି ବିପଦ ବଢ଼ିପାରେ ।

ସେହିପରି ଲକଡାଉନ୍ କାରଣରୁ ଗରିବ ଲୋକମାନେ ନାନା ବିପଦର ସମ୍ମୁଖୀନ ହେଉଛନ୍ତି । ବୁଲା ବେପାରୀ ମାନେ ମଧ୍ୟ ବେପାର ବନ୍ଦ ଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି । ତେଣୁ ପରିସ୍ଥିତି ଦେଖି ଅନଲକ୍ ପ୍ରକ୍ରିୟା ଲାଗୁ କରାଯିବ ନେଇ ନିଷ୍ପତି ନିଆଯିବ । ଆଉ ପରିସ୍ଥିତିରେ ସୁଧାର ଆସିଲେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଆକ୍ଟିଭ୍ କେସ୍ ଏବଂ ସଂକ୍ରମଣ ହାର ଖସୁଛି ବୋଲି ସେ କହିଛନ୍ତି DMET ସିବିକେ ମହାନ୍ତି ।

Get real time updates directly on you device, subscribe now.