fbpx

ସନ୍ଧ୍ୟାରେ ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଅନେକ ଲୋକେ ନିଜର ଧନ ଜୀବନ ହରାଇସାରିଛନ୍ତି । ଏବେବି ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ପଶ୍ଚିମ ଓଡିଶାରେ କୋଭିଡ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ଜିଲ୍ଲା ପାଇଁ କୋଭିଡ ପ୍ୟାକେଜ୍ ଘୋଷଣା କରିବେ ନବୀନ । କରୋନା ମହାମାରୀ ବିରୋଧ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ । ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ଏହାର ଘୋଷଣା କରିବେ ବୋଲି ସିଏମଓ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Get real time updates directly on you device, subscribe now.