fbpx

ଆକ୍ସନ ମୋଡ୍ ରେ BMC ଓ କମିସନରେଟ୍ ପୋଲିସର ‘ସ୍ପେସାଲ୍ ଡ୍ରାଇଭ୍’, ଜାଣନ୍ତୁ କଣ ହେଲା ସିଲ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ନିୟମ ନମାନିଲେ ଆଉ ତ୍ରାହି ନାହିଁ । ଢିଲା ହେଲେ ଟାଇଟ୍ କରିବ ପୋଲିସ୍ । ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ସାମାନ୍ୟ କମିଥିଲେ ମଧ୍ୟ ତୃତୀୟ ତରଙ୍ଗ ଆଶଙ୍କାରେ ସରକାର ନେଉଛନ୍ତି ସ୍ୱତନ୍ତ୍ର ପଦକ୍ଷେପ । ଲୋକଙ୍କୁ କୋଭିଡ୍ କଟକଣା ଠିକ୍ ଭାବେ ପାଳନ କରିବାକୁ ବାରମ୍ବାର କରୁଛନ୍ତି ଅନୁରୋଧ । ସେହିପରି କମିସନରେଟ୍ ପୋଲିସ୍ ମଧ୍ୟ ଲୋକଙ୍କୁ ନିୟମ ମାନି ଚଳିବାକୁ ପାଇଁ ନିବେଦନ କରୁଛି । କିନ୍ତୁ କେତେକ ଅମାନିଆ ନିୟକୁ ମାନୁନାହାନ୍ତି । ତେଣୁ ସେମାନଙ୍କୁ ସାବାଡ଼ କରିବାକୁ କମିସନରେଟ୍ ପୋଲିସ୍ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ‘ସ୍ପେସାଲ୍ ଡ୍ରାଇଭ୍’ । ଭୁବନେଶ୍ୱର ମହାନିଗର ନିଗମ ତତ୍ତ୍ୱାବଧାନରେ କରାଯାଇଥିବା ଏହି ସ୍ୱତନ୍ତ୍ର ଟିମ୍ ଆକ୍ସନ ମୁଡ୍ରେ ରହିଛି । ଏଭଳି କ୍ଷେତ୍ରରେ ୨୪ ଘଣ୍ଟା ମଧ୍ୟରେ ନିୟମ ମାନୁନଥିବା ଅଭିଯୋଗରେ ଦୁଇଟି ସଂସ୍ଥାକୁ ସିଲ୍ କରାଯାଇଛି ।

ସୂଚନା ଅନୁସାରେ ରାଜଧାନୀ ନର୍ଥ ଜୋନ୍ ଅନ୍ତର୍ଗତ ରହିଥିବା ଏକ ରେଷ୍ଟୁରାଣ୍ଟ ‘ନନ୍ଭେଜ୍ ୱାର୍ଲଡ୍’ କୋଭିଡ୍ କଟକଣା ମାନୁନଥିବା ନେଇ ଆକ୍ସନ ନିଆଯାଇଛି । ଉକ୍ତ ସଂସ୍ଥାକୁ ସିଲ୍ କରିଦିଆଯାଇଛି । ସେହିପରି ଶୁକ୍ରବାର ପୂର୍ବାହ୍ଣରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସାଇ ଶଗୁନ୍ ଶାଢ଼ି ଷ୍ଟୋରକୁ ବିଏମ୍ସିର ସାଉଥ୍ ଜୋନ୍ ସ୍କ୍ୱାଡ୍ ସିଲ୍ କରିଦେଇଛି । ସଟର୍ ପକାଇ ଭିତରେ କାରବାର କରୁଥିବା ଅଭିଯୋଗରେ ଉକ୍ତ ଷ୍ଟୋର କର୍ତ୍ତୃପକ୍ଷଙ୍କୁ ୫ ହଜାର ଟଙ୍କା ଫାଇନ୍ ପାଇଁ ମଧ୍ୟ ଚାଲାଣ କଟାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାବିତ୍ରୀ ବ୍ରତ ଓ ରଜ ପର୍ବ ପାଇଁ ଭିଡ଼ ଜମିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଲୋକଙ୍କୁ ବାରମ୍ବାର ସତର୍କ କରାଇ ଦିଆଯାଇଛି ନିୟମ ମାନିବା ପାଇଁ । କିନ୍ତୁ କେତେକ ଅମାନିଆ ନିୟମ ଉଲ୍ଲଂଘନ କରି ଫସୁଥିବା ଜଣାପଡ଼ିଛି ।

Non Veg World Patia Bhubaneswar has sealed by BMC North Zone Squad #OdishaBhaskar
(File Image)

Get real time updates directly on you device, subscribe now.