fbpx
BSKY
BJD MC SKY
BJD YOUTH SKY

ଅସୁରକ୍ଷିତ ସେକ୍ସ ଅଧିକ ବିପଜ୍ଜନକ: ବଢ଼ିପାରେ Syphilisର ଆଶଙ୍କା, ବିଶେଷଜ୍ଞ ଦେଲେ ବର୍ତ୍ତିବାର ଟିପ୍ସ

ନୂଆଦିଲ୍ଲୀ: ଅସୁରକ୍ଷିତ ସେକ୍ସ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ । ଏହା କେବଳ ଏଚ.ଆଇ.ଭି. ନୁହେଁ, ବରଂ ଅସୁରକ୍ଷିତ ଯୌନ ସମ୍ପର୍କ ହେତୁ ଲୋକମାନେ ସିଫିଲିସର ଶିକାର ହେଉଛନ୍ତି । କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି (କେଜିଏମୟୁ) ରେ ରକ୍ତଦାନ ପାଇଁ ଆସିଥିବା ଲୋକଙ୍କ ନମୁନା ପରୀକ୍ଷଣରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ନିକଟରେ ରକ୍ତ ଦାନ କରିବା ପୂର୍ବରୁ ରକ୍ତଦାତାଙ୍କ ନମୁନା ପରୀକ୍ଷଣରେ ୧୦ ଟି ସିଫିଲାଇଡ ରୋଗ ଦେଖିବାକୁ ମିଳିଥିଲା । ୨୦୨୨ ମସିହାରେ, ପ୍ରାୟ ୫୦ ହଜାର ଲୋକଙ୍କ ଯାଞ୍ଚରେ ପାଞ୍ଚ ଜଣ ସିଫିଲିସ୍ କବଳରେ ଥିବା ରିପୋର୍ଟ ମିଳିଥିଲା । ଗୁରୁତର କଥା ହେଉଛି କି, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେମାନଙ୍କର କୌଣସି ଅସୁବିଧା ନଥିଲା । ଯାଞ୍ଚରେ ଯେଉଁ ଲୋକଙ୍କଠାରେ ସିଫିଲିସ୍ ଥିବା ସ୍ପଷ୍ଟ ହୋଇଥିଲା, ସେମାନଙ୍କର ରକ୍ତ ନିଆଯାଇ ନଥିଲା ।

ସିଫିଲାଇଡସ୍ କ’ଣ:-
ରକ୍ତ ଦାନ କରିବା ପୂର୍ବରୁ ୫ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବାଧ୍ୟତାମୂଳକ । ଦାତା ଦେଇଥିବା ରକ୍ତ ସଂକ୍ରମିତ ହୋଇଛି କି ନାହିଁ ଜାଣିବା ପାଇଁ ଏହା ହୋଇଥାଲ । ଏଥିପାଇଁ ରକ୍ତ ଦାନ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କର ଚାରି ପ୍ରକାରର ରକ୍ତ ପରୀକ୍ଷା କରାଯାଏ । ଏଥିମଧ୍ୟରେ ଏଚ୍.ଆଇ.ଭି, ହେପାଟାଇଟିସ୍ ସି, ଏଚ୍.ଆଇ.ଭି ଏବଂ ସିଫିଲିସ୍ ସାମିଲ । ଏଥିମଧ୍ୟରେ ଯଦି କୌଣସି ରୋଗ ନିଶ୍ଚିତ ହୁଏ, ସଂକ୍ରମିତ ରୋଗୀର ରକ୍ତ ବ୍ୟବହାର କରାଯାଏ ନାହିଁ ।

ଏଚ୍.ଆଇ.ଭି ପରି, ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ସିଫିଲିସ୍ ମଧ୍ୟ ହୋଇଥାଏ । ଏଚ.ଆଇ.ଭି.ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ବାହାରି ନାହିଁ, କିନ୍ତୁ ସିଫିଲିସ ହେବାର ସୂଚନା ପାଇବା ପରେ ଏହାର ଚିକିତ୍ସା କରାଯାଇପାରିବ ।

ସିଫିଲିସର ଲକ୍ଷଣ:-
ଶରୀରର ବିଭିନ୍ନ ଅଙ୍ଗରେ ଦୁର୍ବଳତା, ରକ୍ତହୀନତା, ଜ୍ୱର, ଲସିକା ଗ୍ରନ୍ଥି, ପ୍ରାଇଭେଟ ପାର୍ଟରେ ପୋଡା, ଲାଲ୍ ଦାଗ ଦେଖାଯିବା ।

ବର୍ତ୍ତିବା କିପରି ?
କେବଳ ପାର୍ଟନର ସହିତ ଶାରୀରିକ ସମ୍ପର୍କ ରଖନ୍ତୁ । ବିଭିନ୍ନ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ଗତ ଏକ ବର୍ଷ ମଧ୍ୟରେ, ରକ୍ତ ଦାନ ପାଇଁ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷଣରେ ମଧ୍ୟ ଅନେକ ଲୋକଙ୍କଠାରେ ସିଫିଲିସ୍ ନିଶ୍ଚିତ ହୋଇଛି । ସେମାନଙ୍କ ଠାରେ ଏହି ରୋଗ ସମ୍ବନ୍ଧୀୟ କୌଣସି ଲକ୍ଷଣ ନାହିଁ । ପରୀକ୍ଷା ପରେ ଏହି ରୋଗୀଙ୍କଠାରୁ ରକ୍ତ ନିଆଯାଇନଥିଲା ।

ଯଦି ଏହାର ଅନୁସନ୍ଧାନ ଏବଂ ଚିକିତ୍ସା ଠିକ୍ ସମୟରେ ଆରମ୍ଭ ନହୁଏ, ତେବେ ଏହା ମଧ୍ୟ ଜୀବନ ପ୍ରତି ବିପଦ ହୋଇପାରେ । ସିଫିଲିସ୍ ପାଇଁ ପରୀକ୍ଷା ପ୍ରାୟ ସବୁ ସ୍ଥାନରେ ସହଜରେ ଉପଲବ୍ଧ । ପରୀକ୍ଷା କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ସିଫିଲିସ୍ ରୋଗୀର ନାମ ଗୋପନୀୟ ରଖାଯାଇଥାଏ ।

Get real time updates directly on you device, subscribe now.