fbpx

VIDEO: ‘ରିଆଲିଟି ଶୋ’ ରେ ଖୁବ୍ କାନ୍ଦିଲେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ, କହିଲେ ସୁଶାନ୍ତ ସିଂ ଯେଉଁଠି ଅଛନ୍ତି ଭଲରେ ଅଛନ୍ତି

ମୁମ୍ବାଇ: ଜି ଟିଭିରେ ହେଉଥିବା ରିଆଲିଟି ଶୋ ‘ଡି.ଆଇ.ଡି ସୁପର ମମ୍’ ରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ମୁଖ୍ୟ ଅତିଥି ଭାବେ ନଜର ଆସିବେ । ଯାହାର ଏକ ପ୍ରମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଏହି ଭିଡିଓରେ ଅଙ୍କିତା ଖୁବ୍ ଜୋରେ କାନ୍ଦୁଥିବାର ନଜର ଆସିଛନ୍ତି । ପ୍ରକୃତରେ ଏହି ଶୋରେ ଆଗକୁ ଆସିବାକୁ ଥିବା ଏପିସୋଡରେ ଏକ ଆକ୍ଟକୁ ନେଇ ଅଙ୍କିତା ଭାବୁକ ହୋଇଯାଇଥିଲେ । ଏହା ପରେ ସେ ଖୁବ୍ ଜୋରରେ କାନ୍ଦିଥିଲେ ।

ତେବେ ଜି ଟିଭିରେ ହେଉଥିବା ରିଆଲିଟି ଶୋ ‘ଡି.ଆଇ.ଡି ସୁପର ମମ୍’ ରେ ଆଗକୁ ଆସୁଥିବା ଏପିସୋଡର ଗୋଟିଏ ଆକ୍ଟ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସମର୍ପିତ କରାଯାଇଥିଲା । ଯହାକୁ ଦେଖି ଭାବୁକ ହୋଇଯାଇଥିଲେ ଅଙ୍କିତା ଲୋଖାଣ୍ଡେ । ଅଙ୍କିତାଙ୍କ ସହ ସେଠାରେ ଥିବା ପବିତ୍ର ରିସ୍ତାର ସହ କଳାକାର ଏବଂ ଅନୁଭବୀ ଅଭିନେତ୍ରୀ ଉଷା ନାଇକର୍ଣ୍ଣୀ ମଧ୍ୟ ଭାବୁକ ହୋଇଯାଇଥିବାର ନଜର ଆସିଥିଲା । ପ୍ରକୃତରେ ଏହି ଶୋରେ ମଧ୍ୟପ୍ରଦେଶର ଜଣେ ପ୍ରତିଯୋଗୀ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏକ ଆକ୍ଟ କରୁଥିବା ନଜର ଆସିଥିଲେ । ଯହାକୁ ଦେଖି ଅଙ୍କିତା ଏବଂ ଉଷା ଉଭୟ ଭାବୁକ ହୋଇଯାଇଥିଲେ । ତେବେ ଅଙ୍କିତା ଲୋଖାଣ୍ଡେ ‘ପବିତ୍ର ରିସ୍ତା ‘ସିରିୟଲରେ ସୁଶାନ୍ତଙ୍କ ସହ ବହୁ ଦିନ ଧରି କାମ କରିବା ସହ କିଛି ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ମଧ୍ୟ ରହିଥିଲେ ।

ଏହି ଆକ୍ଟକୁ ଦେଖିବା ପରେ ଅଙ୍କିତା କାନ୍ଦିବା ସହ କହିଥିଲେ ସୁଶାନ୍ତ ମୋର ସବୁଠୁ ନିକଟତମ ବନ୍ଧୁ ଥିଲେ । ସେ ମୋର ସବୁ କିଛି ଥିଲେ ଏବଂ ସେ ଯେଉଁଠି ବି ଅଛନ୍ତି ଖୁସିରେ ଅଛନ୍ତି ବୋଲି ମୋର ବିଶ୍ୱାସ । ତେବେ ଏହି ଶୋ ର ପ୍ରୋମୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ଯାହାକୁ ଦେଖିସୁଶାନ୍ତଙ୍କ ଫ୍ୟାନ୍ସମାନେ ମଧ୍ୟ ଭାବୁକ ହୋଇଯାଇଛନ୍ତି । ଏଥିସହ କମେଣ୍ଟ ମାଧ୍ୟରେ ତାଙ୍କୁ ମନେ ପକାଉଛନ୍ତି ।

Get real time updates directly on you device, subscribe now.