IPLରେ ଖେଳିବାର ସୁଯୋଗ ପାଇବେ ଅନସୋଲ୍ଡ ଖେଳାଳୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ୨୦୨୪ର ନିମଲାମୀ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି । ଏହି ଅକ୍ସନରେ ମୋଟ୍ ୭୨ ଜଣ ଖେଳାଳୀଙ୍କ ଭାଗ୍ୟ ଚମକିଥିବା ବେଳେ କିଛି ଖେଳାଳୀଙ୍କୁ ନିରାଶ ହୋଇଛନ୍ତି । ଗୋଟେ ପଟେ ଅଷ୍ଟ୍ରେଲିଆର ଦୃତ ବୋଲର ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗ ଖେଳାଳୀର ଟ୍ୟାଗ୍ ପାଇଥିବା ବେଳେ ଷ୍ଟିଭ୍ ସ୍ମି୍ଥଙ୍କୁ କୋ÷ଣସି ଦଳ କିଣି ନାହାନ୍ତି । ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଅକ୍ସନରେ ବିକ୍ରି ହୋଇନଥିବା ଖେଳାଳୀମାନଙ୍କର କ’ଣ ହେବ? କୌଣସି ଫ୍ରାଞ୍ଚାଇଜ୍ ଦଳ ସେମାନଙ୍କୁ ନିଜ ଦଳରେ ସାମିଲ କରିବେ କି ? ଏହାର ଉତ୍ତର ହେଉଛି ‘ହଁ’ ।

ଫ୍ରାଞ୍ଚାଇଜ୍ ଦଳ ସେହି ଖେଳାଳୀମାନଙ୍କୁ ଦଳରେ ସାମିଲ କରିପାରିବ ଯେଉଁମାନେ ଆଘାତ କିମ୍ବା ଅସୁସ୍ଥତା କାରଣରୁ ଅନ୍ସୋଲ୍ଡ ରହିଯାଇଥିବେ । ଏହା ବ୍ୟତୀତ ପ୍ରାକଟିସ୍ ଟିମରେ ଏହି ଖେଳାଳୀମାନଙ୍କୁ ସାମିଲ କରାଯାଇପାରିବ । ଏହି ଅନ୍ସୋଲ୍ଡ ଖେଳାଳୀମାନଙ୍କୁ ଫ୍ରାଞ୍ଚାଇଜ୍ ଦଳ ଆଇପିଏଲ୍ ସିଜିନର ଆରମ୍ଭ ବା ମଝିରେ ସାମିଲ କରିପାରେ । ତେବେ କହିବାକୁ ଗଲେ ଏହି ଅନ୍ସୋଲ୍ଡ ଖେଳାଳୀମାନଙ୍କ ପାଖରେ ଆଇପିଏଲରେ ଖେଳିବା ପାଇଁ ସୁବର୍ଣ୍ଣ ସୁଯୋଗ ଅଛି ।