fbpx

ଆଶ୍ଚର୍ଯ୍ୟ! ଯୁବକଙ୍କ ପେଟରୁ ବାହାରିଲା ୬୨ ଚାମଚ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଷ୍ଟିଲ୍ ଚାମଚ କଢ଼ା ଯାଇଛି । ଦୀର୍ଘ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ସେହି ବ୍ୟକ୍ତିଙ୍କ ପାକସ୍ଥଳୀରୁ ଚାମଚଗୁଡ଼ିକୁ ଡାକ୍ତର ବାହାର କରିଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗର ବାସିନ୍ଦା ବିଜୟ (୩୨) ନାମକ ବ୍ୟକ୍ତିଙ୍କର ଏପରି ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ପରେ ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ବୋଲି ଖବର ସରବରାହସଂସ୍ଥା ଏଏନ୍ଆଇ କହିଛି ।

ସେ ଚାମଚ ଖାଉଥିଲେ କି ପଚାରିବାରୁ, ବର୍ଷେ ହେଲା ସେ ଚାମଚ ଖାଉଛନ୍ତି ବୋଲି ଡାକ୍ତର ରାକେଶ ଖୁରାନା ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି । ‘ଆମେ ତାଙ୍କୁ ଚାମଚ ଖାଅକି ପଚାରିବାରୁ ସେ ହଁ କହିଥିଲେ । ଆମକୁ ଅସ୍ତ୍ରୋପଚାର କରିବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା । ସେ ଏବେ ଆଇସିୟୁରେ ଅଛନ୍ତି । ସମ୍ପୃକ୍ତ ରୋଗୀ ଜଣଙ୍କ ଗୋଟିଏ ବର୍ଷ ହେଲା ଚାମଚ ଖାଉଥିଲେ’ ବୋଲି ଡାକ୍ତର ଖୁରାନା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଏପରି ଏକ ସମାନ ଘଟଣା ୨୦୧୯ରେ ସାମ୍ନାକୁ ଆସିଥିଲା । ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୮ଟି ଚାମଚ, ୨ଟି ଦାନ୍ତ ଘସା ବ୍ରସ୍, ଗୋଟିଏ ପରିବାକଟା ଛୁରି, ଗୋଟିଏ କବାଟ ହୁକ୍ ଡାକ୍ତରମାନେ ବାହାର କରିଥିଲେ । ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାର ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ଉପରୋକ୍ତ ସାମଗ୍ରୀ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ମାନସିକ ରୋଗରେ ପୀଡ଼ିତ ଥିଲେ । ସାଧାରଣ ବ୍ୟକ୍ତି ଏପରି ଛୁରି କିମ୍ୱା ଚାମଚ ଖାଇବ ନାହିଁ, ଏହା ଏକ ବିରଳ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି ।

Get real time updates directly on you device, subscribe now.