fbpx

ବଡ଼ ଖୁଲାସା କଲେ ଜୟଶଙ୍କର: ‘ୟୁପିଏ ସରକାରର ବିଦେଶ ପଲିସୀ ଭୋଟ ବ୍ୟାଙ୍କ ପଲିସୀ ଦ୍ୱାରା ପ୍ରଭାବିତ ହୋଇଥିଲା’

ନୂଆଦିଲ୍ଲୀ: ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏକ ବଡ଼ ଖୁଲାସା କରିଛନ୍ତି । ଗତ ସରକାର ଅର୍ଥାତ ୟୁପିଏ ସରକାରର ବିଦେଶ ପଲିସୀ ଭୋଟ ବ୍ୟାଙ୍କ ପଲିସୀ ଦ୍ୱାରା ପ୍ରଭାବିତ ହୋଇଥିଲା । ମୁସଲିମ ଭୋଟ ବ୍ୟାଙ୍କ ହିସାବରେ ଦେଶର ବିଦେଶ ନୀତି ସ୍ଥିର କରାଯାଇଥିଲା । ଦେଶର ପ୍ରଶାସନ ଘରୋଇ ସ୍ତରରେ ଓ ଅର୍ନ୍ତଜାତୀୟ ସ୍ତରରେ ଭୋଟ ବ୍ୟାଙ୍କ ରାଜନୀତିକୁ ନେଇ ବ୍ୟସ୍ତ ରହିଥିଲା । ଏକ ପଡକାଷ୍ଟରେ ଅଂଶଗ୍ରହଣ କରିବା ଅବସରରେ ଜୟଶଙ୍କର ଏଭଳି ବଡ଼ ଖୁଲାସା କରିଛନ୍ତି ।

ଜୟଶଙ୍କର କହିଛନ୍ତି, ମୁସଲିମ୍ ଭୋଟରଙ୍କୁ ଖୁସି କରିବା ପାଇଁ ଗତ ସରକାରର ପଲିସୀ ପ୍ରସ୍ତୁତ ହୋଇଥିଲା । ପାକିସ୍ତାନ ପଲିସୀ ମଧ୍ୟ ଭୋଟ ବ୍ୟାଙ୍କ ପଲିସୀ ସହ ଜଡ଼ିତ ରହିଥିଲା । ୧୯୪୮ ମସିହାରେ ଇସ୍ରାଏଲ ସ୍ୱାଧିନତା ଲାଭ କରିଥିଲେ ହେଁ ୧୯୯୨ ପର୍ଯ୍ୟନ୍ତ ଭାରତ ସେଠାକୁ ନିଜର ଆମ୍ବାସଡର ପଠାଇ ନଥିଲା । ୧୯୯୨ରେ ଭାରତ ଇସ୍ରାଏଲକୁ ନିଜର ଆମ୍ବାସଡର ପଠାଇଥିଲେ ହେଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୨୦୧୭ ମସିହା ପର୍ଯ୍ୟନ୍ତ କାହିଁକି ସେଠାକୁ ଗସ୍ତ କରିନଥିଲେ? ଇସ୍ରାଏଲ ଏକ କ୍ଷୁଦ୍ର ଦେଶ ନୁହେଁ, ସେ ନିଜେ ବେଶ୍ ଗୁରୁତ୍ୱପୂର୍ଣ୍ଣ । କେବଳ ଜାତୀୟ ସୁରକ୍ଷା ସମୟରେ ହିଁ ଇସ୍ରାଏଲ ଆମର ପାର୍ଟନର ।

ଏହି ଅବସରରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ୟୁପିଏ ସରକାର ଉପରେ ଜୟଶଙ୍କର ବର୍ଷିଥିଲେ । ଉକ୍ତ ଆକ୍ରମଣ ସମୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ପ୍ରତିକ୍ରିୟାକୁ ସେ ନିନ୍ଦା କରିଥିଲେ । ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ସର୍ବସମ୍ମତ ସମର୍ଥନ ରହିଥିଲେ ହେଁ ୟୁପିଏ ସରକାର ଉକ୍ତ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନାରେ ବ୍ୟସ୍ତ ରହିଥିଲା । ଏଥିସହିତ ପାକିସ୍ତାନ ଉପରେ ଆକ୍ରମଣ କଲେ ଅଜସ୍ର ଖର୍ଚ୍ଚ ହେବା ନେଇ କାରଣ ଦର୍ଶାଇ ତାହାକୁ ୟୁପିଏ ସରକାର ବିରୋଧ କରିଥିଲା ।

୨୦୧୪ ମସିହା ପରଠାରୁ ଭାରତର ବୈଦେଶିକ ନୀତିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷ କରି ଆତଙ୍କବାଦୀ ବିରୋଧରେ ଭାରତର ନୀତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନର ଏନଡିଏ ସରକାରର ବିଦେଶ ନୀତିରେ ରହିଥିବା ନିରନ୍ତରତା କାରଣରୁ ଆତଙ୍କବାଦ ଆଭିମୁଖ୍ୟରେ ଏହି ପରିବର୍ତ୍ତନ ଘଟିବା ସମ୍ଭବ ହୋଇଛି ବୋଲି ଜୟଶଙ୍କର କହିଥିଲେ ।

Get real time updates directly on you device, subscribe now.