fbpx

ବୁଧବାର କରନ୍ତୁ ନାହିଁ ଏପରି କାମ, ଦେଖା ଦେଇଥାଏ ଆର୍ଥିକ ସଂକଟ, ବୁଦ୍ଧ ଦେବ ହୋଇଥାନ୍ତି କ୍ରୋଧିତ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବୁଧବାର ଦିନ ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା ଭଗବାନ ଗଣେଶ ଏବଂ ବାଣୀର ଦେବତା ବୁଧଙ୍କୁ ସମର୍ପିତ । ଏହି ଦିନ ବ୍ୟକ୍ତି ଶ୍ରୀ ଗଣେଶଙ୍କ ଉଦ୍ଦେଶ୍ୟରେ ଉପାସ ଏବଂ ପବିତ୍ର ମନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଦେଖାଦେଇଥିବା ସମସ୍ତ ବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ଉଲ୍ଲେଖ ରହିଛି ଯାହା ବିଶେଷ କରି ବୁଧବାର କରିବା ଦ୍ୱାରା ଜୀବନରେ ଦରିଦ୍ରତା ଦେଖାଯିବା ସହ ଚାକିରି ଏବଂ ବ୍ୟପାରର ପ୍ରଗତି ତଥା ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ।

୧. ବୁଧବାର ବୁଦ୍ଧ ଦେବତାଙ୍କୁ ସମର୍ପିତ । ତାଙ୍କୁ ବାଣୀର ଦେବତା ଭାବେ ବିବେଚିତ କରାଯାଇଛି । ତେଣୁ ଏହି ଦିନ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ । କାହାକୁ କିଛି ଅପଶବ୍ଦ କହିବା ଦ୍ୱାରା ବୁଦ୍ଧ ଦେବ କ୍ରୋଧିତ ହୋଇଥାନ୍ତି ।

୨. ବୁଧବାର ଦିନ ଅର୍ଥ କାରବାର(ଋଣ ଲେଣ ଦେଣ)ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଜୀବନରେ ଆର୍ଥିକ ସଂକଟ ଦେଖା ଦେଇପାରେ ।

୩. ଏହି ଦିନ ପଶ୍ଚିମ ଦିଗକୁ ଯାତ୍ରା କରିବା ଅଶୁଭ ବୋଲି ବିବେଚିତ କରାଯାଇଛି । ଅତି ଆବଶ୍ୟକ ହେଲେ ସାବଧାନତା ଅବଲମ୍ବନ କରନ୍ତୁ ।

୪. ଶାସ୍ତ୍ର ଅନୁଯାୟୀ ବୁଧବାର ଦିନ କଳା ରଂଗର ବସ୍ତ୍ର ପରିଧାନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ । ଏହି ଦିନ ସବୁଜ ରଂଗର ବସ୍ତ୍ର ପରିଧାନ କରିବା ଶୁଭ ଅଟେ ।

୫. କୌଣସି ଗରିବ କିମ୍ବା ଗାଈ ବୁଧବାର ଦିନ ଘରକୁ ଆସିଥିଲେ ସେମାନଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଗରିବକୁ କିଛି ଭୋଜନ, ବସ୍ତ୍ର ଏବଂ ଗୋ ମାତାଙ୍କୁ ରୁଟି, ଘାସ କିମ୍ବା ପାଳଙ୍ଗ ଶାଗ ଖାଇବାକୁ ଦିଅନ୍ତୁ ।

୬. ବୁଧବାର ହଠାତ କିନ୍ନରଙ୍କ ସହ ଦେଖା ହେବା ଶୁଭ ହୋଇଥାଏ । ତେଣୁ ସେମାନଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

୭. ଏହି ଦିନ କାହା ସହ ମାର୍‌ପିଟ୍ କରିବା କିିମ୍ବା ଦୁର୍ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ । ଆବଶ୍ୟକ ହେଲେ କ୍ଷମା କରିଦିଅନ୍ତୁ । ଗୁରୁଜନ ଏବଂ ପିଲାଙ୍କ ସହ ନମ୍ର ବ୍ୟବହାର କରିବା ଉଚିତ ।

ଅପରପକ୍ଷରେ ବୁଧବାର ଦିନ ଶ୍ରୀ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରି ପୂଜାର୍ଚ୍ଚନା କରିବା ଉଚିତ । ଏହା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହା ସହ ଦୁର୍ଗା ସପ୍ତସତୀ ପାଠ କରିବା ଶୁଭ ଫଳ ଦେଇଥାଏ । ଏହା ବ୍ୟତୀତ ଭୋଜନରେ ମୁଗ ଡାଲି ସେବନ କରିବା ଉଚିତ ।

 

Get real time updates directly on you device, subscribe now.