fbpx

ୟୁଜର୍ସଙ୍କ ପାଇଁ ଆଲର୍ଟ! ତୁରନ୍ତ ଅପଡେଟ୍ କରନ୍ତୁ ଗୁଗୁଲ୍ କ୍ରୋମ୍, ହେବ ମୋଟା ଅଙ୍କର କ୍ଷତି

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପକ୍ଷରୁ କ୍ରୋମ୍ ୟୁଜର୍ ମାନଙ୍କୁ ଆଲର୍ଯ କରାଯାଇଛି । ଇଣ୍ଡିଆନ୍ କମ୍ପ୍ୟୁଟର୍ ଏମର୍ଜେନ୍ସି ରେସପନ୍ସ ଟିମ୍ (ସିଇଆରଟି-ଇନ୍) ପକ୍ଷରୁ ୟୁଜର୍ ମାନଙ୍କୁ ତୁରନ୍ତ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛନ୍ତି । ତେବେ ଏହି ଅପଡେଟ୍ କେବଳ ସେହି ୟୁଜର୍ ମାନଙ୍କ ପାଇଁ ଯେଉଁ ମାନେ କ୍ରୋମର ୯୭.୦.୪୬୯୨.୭୧ରୁ ପୁରୁଣା ଭର୍ସନ୍ ବ୍ୟବହାର କରୁଛନ୍ତି । ଏପରି ୟୁଜର୍ ହ୍ୟାକର୍ ମାନଙ୍କ ପ୍ଲାନ୍ ର ଶିକାର ହୋଇପାରନ୍ତି ।

ସିଇଆରଟି-ଇନ୍ ଆଡଭାଇଜରୀ ରେ କୁହାଯାଇଛି ଯେ, ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି । ଏଥିରେ ୱେବ୍ ଆପ୍, ୟୁଜର୍ ଇଣ୍ଟରଫେସ୍, ସ୍କ୍ରିନ୍ କ୍ୟାପଚର୍, ଫାଇଲ୍ ଏପିଆଇ, ଅଟୋ ଫିଲ୍ ଓ ଡେଭଲପର୍ସ ଟୁଲ୍ସ ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ମାନେ ଗୁଗୁଲ କ୍ରୋମ୍ ଆପ୍ କୁ ଅପଡେଟ୍ କରୁନାହାନ୍ତି ତାହେଲେ ଆପଣ ମାନେ ହ୍ୟାକର୍ ଙ୍କ ଶିକାର ହୋଇପାରନ୍ତି । ଏହି ତ୍ରୁଟିର ଫାଇଦା ସାଇବର୍ ଠକ ମାନେ ନେଇପାରନ୍ତି ଓ କ୍ରୋମ୍ ୟୁଜର୍ ମାନଙ୍କୁ ମାଲିସିୟସ୍ ୱେବ୍ ପେଜ୍ ନେଇପାରେ । ଏହା ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ ।

Get real time updates directly on you device, subscribe now.