fbpx

ଭାଙ୍ଗିଯାଇଥିବା ବିବାହରେ ଦମ୍ପତ୍ତିଙ୍କୁ ଛାଡ଼ପତ୍ର ଅନୁମତି ନଦେବା ଅତ୍ୟନ୍ତ ଦୁଃଖଦ: ହାଇକୋର୍ଟ

ଚଣ୍ଡିଗଡ଼: ଛାଡ଼ପତ୍ର ମାମଲାରେ ଶୁଣାଣି ସମୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ହାଇକୋର୍ଟ କହିଛନ୍ତି ଯେ, ଯେଉଁ ଦମ୍ପତ୍ତିଙ୍କୁ ବାହାଘର ସବୁଦିନ ପାଇଁ ଭାଙ୍ଗିଯାଇଛି, ସେମାନଙ୍କୁ ଛାଡ଼ପତ୍ରର ଅନୁମତି ନଦେବା ଅତ୍ୟନ୍ତ ଦୁଃଖଦାୟକ । ଏହି ଟିପ୍ପଣୀ ସହିତ ଗୁରୁଗ୍ରାମର ଫ୍ୟାମିଲି କୋର୍ଟ ୨୦୧୫ରେ ଜାରି କରିଥିବା ଆଦେଶକୁ ବି ବଦଳାଇଛନ୍ତିି ହାଇକୋର୍ଟ, ଯେଉଁଥିରେ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରାଯାଇଥିଲା । ଆବେଦନରେ ସ୍ୱାମୀ ଦୀର୍ଘ ଦିନ ଧରି ଅଲଗା ରହୁଥିବା ପତ୍ନୀଙ୍କଠାରୁ ଛାଡ଼ପତ୍ର ମାଗିଥିଲେ ।

ହାଇକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଯେଉଁ ବିବାହ ସମସ୍ତ ଉଦ୍ଦେଶ୍ୟ ପାଇଁ ଶେଷ ହୋଇସାରିଛି, ତାହାକୁ କୋର୍ଟଙ୍କ ନିଷ୍ପତ୍ତି ପୁନର୍ଜୀବିତ କରିପାରିବ ନାହିଁ । ଯଦି ଉଭୟ ପକ୍ଷ ଇଚ୍ଛୁକ ନାହାଁନ୍ତି, ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟ କୃତ୍ରିମତା ଜରିଆରେ ସେମାନଙ୍କ ଜୀବନ ପୁଣିଥରେ ଠିକ୍ କରିବାର କୌଣସି ସମ୍ଭାବନା ନାହିଁ ।’

ତେବେ ଏହି ମାମଲାରେ ସ୍ୱାମୀ-ସ୍ତ୍ରୀ ପ୍ରାୟ ୮ ବର୍ଷ ହେବ ଅଲଗା ରହୁଛନ୍ତି । କିନ୍ତୁ ଛାଡ଼ପତ୍ର ପାଇଁ ପତ୍ନୀ ରାଜି ହେଉନାହାନ୍ତି । ସ୍ୱାମୀ ଛାଡ଼ପତ୍ର ଚାହିଁଛନ୍ତି ଓ ଗୁଜୁରାଣ ପାଇଁ ଭତ୍ତା ହିସାବରେ ଟଙ୍କା ଦେବାକୁ ବି ରାଜି ଅଛନ୍ତି । କିନ୍ତୁ ପତ୍ନୀ ଏହି ପ୍ରସ୍ତାବକୁ ଗ୍ରହଣ କରୁନାହାଁନ୍ତି ।

ଗୁରୁଗ୍ରାମର ଫ୍ୟାମିଲି କୋର୍ଟରେ ପ୍ରଥମେ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଓ ମାନସିକ ନିର୍ଯ୍ୟାତନା କାରଣରୁ ଏହାକୁ ଶେଷ କରିବାକୁ ଦାବି କରିଥିଲେ । ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ୨୦୧୫ ମେ ମାସରେ ଖାରଜ କରିଥିଲେ । ଏହା ପରେ ବ୍ୟକ୍ତି ଜଣକ ହାଇକୋର୍ଟରେ ଅପିଲ କରିଥିଲେ । ୨୦୦୩ରୁ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିବା ହାଇକୋର୍ଟରେ ଜଣାପଡିଥିଲା ।
ପତ୍ନୀଙ୍କୁ ୭.୫ ଲକ୍ଷ ଟଙ୍କା ସହ ପାରସ୍ପରିକ ସମ୍ମତିରେ ଛାଡ଼ପତ୍ର ପାଇଁ ପ୍ରସ୍ତାବ ଦେଇଥିଲେ ସ୍ୱାମୀ । କିନ୍ତୁ ୧୨ ଅକ୍ଟୋବର ୨୦୨୧ରେ ହାଇକୋର୍ଟରେ କୁହାଯାଇଥିଲା ଯେ, ମହିଳା ଜଣକ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହା ଉପରେ ବ୍ୟକ୍ତି ନିଜ ପତ୍ନୀଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରନ୍ତୁ ବୋଲି ଆଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.