fbpx

ସେକ୍ସ ପାଇଁ କରୁଥିଲେ ସ୍ତ୍ରୀ ଅଦଳବଦଳ: ୭ ଗିରଫ; ରାକେଟରେ ୧୦୦୦ରୁ ଅଧିକ ଅଛନ୍ତି ସାମିଲ୍

ଥିରୁବନ୍ତପୁରମ୍: ପତ୍ନୀ ଅଦଳବଦଳ କରି ନେଉଥିଲେ ସେକ୍ସର ମଜା । ଦୀର୍ଘ ଦିନ ଧରି ଚାଲି ଆସୁଥିଲା ଏହି ପାର୍ଟନର୍ ସ୍ପାପିଂ ରାକେଟ୍ । ଏହି ପରିପ୍ରେକ୍ଷୀରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ରବିବାର ଦିନ ସନ୍ଧ୍ୟାରେ ପୋଲିସ୍ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଯେ, ସେକ୍ସ ପାଇଁ ସ୍ତ୍ରୀ ଅଦଳବଦଳ କରାଯାଉଥିବା ରାକେଟ୍ ରେ ୧୦୦୦ରୁ ଅଧିକ ଜଣ ସାମିଲ ରହିଛନ୍ତି ।

ଏହି ଘଟଣା ସେତେବଳେ ସାମନାକୁ ଆସିଥିଲା ଯେତେବେଳେ ଜଣେ ମହିଳା ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଅନ୍ୟ ଜଣେ ପୁରୁଷ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଏହି ଘଟଣା କେରଳର କରୁକାଚଳରୁ ସାମନାକୁ ଆସିଥିଲା । ସେହିପରି ସମାନ ଅଭିଯୋଗ କାୟାମକୁଲମ୍ ରୁ ମଧ୍ୟ ହୋଇଥିଲା । ସେଠାକାର ଜଣେ ମହିଳାଙ୍କୁ ଅନ୍ୟଜଣେ ପୁରୁଷଙ୍କ ସହିତ ସେକ୍ସ କରିବାକୁ ତାଙ୍କ ସ୍ୱାମୀ ବାଧ୍ୟ କରୁଥିଲେ ।

ପୋଲିସ୍ କହିଛି ଯେ, ଏମାନେ ଏକ ଗ୍ରୁପ୍ ହୋଇ ସୋସିଆଲ୍ ନେଟୱର୍କିଂ ସାଇଟ୍ କୁ କେରଳରେ ଅପରେଟ୍ କରୁଥିଲେ । ପ୍ରଥମେ ସେମାନେ ଟେଲିଗ୍ରାମ ଓ ମେସେଞ୍ଜରରେ ଗ୍ରୁପ୍ କରିଥିଲେ । କରୁକାଚଳର ଯେଉଁ ମହିଳା ପ୍ରଥମରେ ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀଙ୍କୁ ପୋଲିସ୍ ଗିରଫ କରିଛି । ଏହି ଘଟଣାରେ ଅନେକ ସଂଖ୍ୟାରେ ସାମିଏ ରହିଥିବା ବେଳେ ଏନେଇ ଖୋଳତାଡ଼ କରୁଛି ପୋଲିସ୍ ।

 

Get real time updates directly on you device, subscribe now.