fbpx

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ UPI ପେମେଣ୍ଟ, NPCI ଜାରି କଲା ନୂତନ ନିୟମ

ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ(UPI ) ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ଜାରି ଏକ ନୋଟିଫିକେସନ୍ ଅନୁଯାୟୀ ବର୍ତ୍ତମାନ UPI ବ୍ୟବହାରକାରୀ ଜାନୁଆରୀ ୧୦ ୨୦୨୪ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଟ୍ରାନଜେକ୍ସନ କରିପାରିବେ । ସମସ୍ତ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଏବଂ API ଆପ୍ ଏହି ସେବା ପ୍ରଦାନ କରିବା ନେଇ ଘଚଉଓ ପକ୍ଷରୁ ଆଦେଶ ଜାରି କରାଯାଇଛି । UPI ବ୍ୟବହାରକାରୀମାନେ କେବଳ ଭେରିଫାଇଡ୍ ମର୍ଚେଣ୍ଟ ଦ୍ୱାରା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।

୨୦୨୩ ଡିସେମ୍ବର ୮ରେ UPI କୁ ନେଇ ଆରବିଆଇ ଦ୍ୱାରା ଏକ ବଡ଼ ଘୋଷଣା କରାଯାଇଥିଲା । ଏଥିରେ UPI ବ୍ୟବହାରକାରୀଙ୍କ ଟ୍ରାନଜେକ୍ସନ ଲିମିଟକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା କରାଯାଇଥିଲା । ତେବେ UPIର ଏହି ସୁବିଧା କେବଳ ହସ୍ପିଟାଲ ଏବଂ ଶିକ୍ଷା ଅନୁଷ୍ଠାନ ପର୍ଯ୍ୟନ୍ତ ସୀମିତ ଥିଲା । ପରେ NPCI ୧୦ ଜାନୁଆରୀ ୨୦୧୪ରୁ ପେମେଣ୍ଟ ସର୍ଭିସ ପ୍ରୋଭାଇଡ଼ର ଏବଂ APsକୁ ଏହି ସୁବିଧା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

Get real time updates directly on you device, subscribe now.