fbpx

ଏଣିକି ବିନା ଇଣ୍ଟରନେଟରେ ବି କରିପାରିବେ UPI ପେମେଣ୍ଟ: ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ :ଡିଜିଟାଲ୍ ପେମେଣ୍ଟ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ଭଳି ସୁବିଧା ରହିଛି, ଯାହା ମାଧ୍ୟମରେ ଆପଣ ଘରେ ବସି ଟଙ୍କା ଟ୍ରାନ୍ସଫର କରିପାରିବେ । ୟୁପିଆଇ ନିକଟ ଅତୀତରେ ବହୁଳ ଭାବରେ ବ୍ୟବହୃତ ଡିଜିଟାଲ୍ ପେମେଣ୍ଟ ମୋଡ୍ ଭାବରେ ଉଭା ହୋଇଛି । ଅଧିକାଂଶ ଲୋକ ୟୁପିଆଇ ପେମେଣ୍ଟ କରିବା ପାଇଁ ପେଟିଏମ୍, ଫୋନ୍ ପେ, ଭୀମ୍, ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ବ୍ୟବହାର କରନ୍ତି, ଯେଉଁଥିପାଇଁ ଇଣ୍ଟରନେଟର ଆବଶ୍ୟକତା ପଡ଼ିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ କନେକ୍ସନ ନାହିଁ କିମ୍ବା ଆପଣଙ୍କ ପାଖରେ ଏକ ଫିଚର ଫୋନ୍ ଅଛି, ତେବେ ଆପଣ ସହଜରେ କାହାକୁ ବି ଟଙ୍କା ଟ୍ରାନ୍ସଫର କରିପାରିବେ ।

ବିନା ଇଣ୍ଟରନେଟରେ କାମ କରିଥାଏ ୟୁପିଆଇ UPI 123Pay :-
ଭାରତର ପ୍ରାୟତଃ ୪୦ କୋଟି ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ୍ ପେମେଣ୍ଟ ସିଷ୍ଟମରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନିକଟରେ ୟୁପିଆଇର ନୂଆ ସିଷ୍ଟମ UPI 123Pay ଆଣିଛି । ଏଣିକି ଯେଉଁ ଉପଭୋକ୍ତାଙ୍କ ପାଖରେ ଇଣ୍ଟରନେଟ୍ ସହିତ ସ୍ମାଟଫୋର୍ନ ନାହିଁ, ସେମାନେ UPI 123Pay ସହିତ ଟଙ୍କା ଟ୍ରାନ୍ସଫର କରିପାରିବେ । ଆରବିଆଇ ଅନୁଯାୟୀ, ଫିଚର୍ ଫୋନ୍ ବ୍ୟବହାରକାରୀମାନେ ୪ ଟି ବୈଷୟିକ ବିକଳ୍ପ ସାହାଯ୍ୟରେ ଟ୍ରାଞ୍ଜାକ୍ସନ କରିପାରିବେ ।

୧. ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (Interactive Voice Response- IVR) – ଆପଣଙ୍କ ଫୋନରେ ଆଇଭିଆର ନମ୍ବର ୦୮୦ ୪୫୧୬ ୩୬୬୬/୬୩୬୬ ୨୦୦ ୨୦୦/୦୮୦ ୪୫୧୬ ୩୫୮୧ ଡାଏଲ୍ କରନ୍ତୁ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ଏବଂ ୟୁପିଆଇ ପିନ୍ ବ୍ୟବହାର କରି ପେମେଣ୍ଟ କରନ୍ତୁ ।
୨. ଆପ୍ ଆଧାରିତ ପେମେଣ୍ଟ (App-Based Functionality) ।
୩. ମିସ୍ କଲ୍ (Missed call)
୪. ପ୍ରକ୍ସିମିଟୀ ସାଉଣ୍ଡ ବେଷ୍ଟ ପେମେଣ୍ଟ (Proximity Sound-Based Payments) ।

UPI 123Pay ବ୍ୟତୀତ ବିନା ଇଣ୍ଟରନେଟରେ ପେମେଣ୍ଟ କରିବାର ଆଉ ଏକ ସହଜ ଉପାୟ ରହିଛି । ଆପଣଙ୍କୁ ୟୁଏସଏସଡି ସର୍ଭିସର ବ୍ୟବହାର କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ GSM ସ୍ମାର୍ଟଫୋନରେ *99# ଡାଏଲ କରିବାକୁ ପଡ଼ିବ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ । ଅବଶ୍ୟ ସମସ୍ତ ମୋବାଇଲ୍ ସର୍ଭିସ ଅପରେଟରମାନେ ଏହି ସେବାକୁ ସପୋର୍ଟ କରନ୍ତି ନାହିଁ ।

Get real time updates directly on you device, subscribe now.