fbpx
BJD SKY
BJD SKY

ପୃଥିବୀରେ ଗୋଟିଏ ଗଛ ଅପଲୋଡ଼୍ କରନ୍ତୁ, ମେଘରୁ ଶହଶହ ଲାଇକ୍ ମିଳିବ: ଅମିତ୍ ଶାହ

BJD

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଅହମଦାବାଦ୍ ସହରରେ ବୃକ୍ଷରୋପଣ କରିଛନ୍ତି ଏବଂ ସହରକୁ ପୂରା ଦେଶ ତଥା ବିଶ୍ୱରେ ସବୁଠାରୁ ସବୁଜ ସହରରେ ପରିଣତ କରିବାକୁ ଅପିଲ୍ କରିଛନ୍ତି । ତେବେ ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ନିଜର ନିର୍ବାଚନ କ୍ଷେତ୍ର ଗାନ୍ଧୀନଗର ଅଞ୍ଚଳରେ ଥିବା ସିନ୍ଧୁ ଭବନମାର୍ଗ ଉପରେ ତିନୋଟି ଗଛ ଲଗାଇଥିଲେ । ଆଉ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ନଗର ନିଗମର ପୂରା ଟିମକୁ ଅପିଲ୍ କରି କହିଥିଲେ ଯେ, ଅହମଦାବାଦ୍ ସହରକୁ ପୂରା ଦେଶ ତଥା ବିଶ୍ୱରେ ସବୁଠାରୁ ବଡ଼ ସବୁଜ କ୍ଷେତ୍ରରେ ପରିଣତ କରନ୍ତୁ ।

ଶାହ ନିଜ ନିର୍ବାଚନ କ୍ଷେତ୍ରର ଲୋକମାନଙ୍କୁ ଅପିଳ୍ କରିଥିଲେ ଯେ, ପ୍ରତିଦିନ ସମସ୍ତେ ଗୋଟିଏରୁ ଦୁଇଟି ଗଛ ଲଗାନ୍ତୁ । ଯାହା ଅକ୍ସିଜେନ୍ ଦେଇପାରିବ । କାରଣ ଧରିତ୍ରୀ, ମାନବତା ଏବଂ ପରିବୋକୁ ରକ୍ଷା କରିବା ହେଉଛି ଆମ ଦାୟିତ୍ୱ । ଆମକୁ ଗଛରୁ ଅକ୍ସିଜେନ୍ ମିଳିଥାଏ ଏବଂ ପକ୍ଷୀ ମାନଙ୍କୁ ଖାଇବା ମଧ୍ୟ ମିଳିଥାଏ । ଏଥିସହିତ ଚିକିତ୍ସା ସମ୍ବନ୍ଧ ଲାଭ ମଧ୍ୟ ସୂଚରାରୂପେ ମିଳିଥାଏ ।

ସୂଚନାଯୋଗ୍ୟ, ଅମିତ୍ ଶାହ ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ୧୧ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ଅଭିଯାନରେ ନାଗରିକ ମାନଙ୍କୁ ସହଯୋଗ କରିବାକୁ ବି ସେ ଅପିଲ୍ କରିଛନ୍ତି । ସେ କହିଥିଲେ ଯେ, ପୃଥିବୀ ପୃଷ୍ଠରେ ଗୋଟିଏ ଗଛ ଅପଲୋଡ୍ କରନ୍ତୁ, ଆପଣଙ୍କୁ ମେଘରୁ ଶହଶହ ଲାଇକ୍ ମିଳିବ ।

Get real time updates directly on you device, subscribe now.