fbpx

CBSE ଓ ICSEର ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ : ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ପିଲାଙ୍କ ହିତଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ତେବେ ମୂଲ୍ୟାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ଛାତ୍ରଛାତ୍ରୀ । ଦାଏର ହୋଇଥିଲା ଏକାଧିକ ମାମଲା । ଚ୍ୟାଲେଞ୍ଜ କରି ହୋଇଥିବା ସବୁ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଥିଲା ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଥିଲା ସିିବିଏସଇ । ସିବିଏସଇ ମତରେ ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ । ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ ।

Get real time updates directly on you device, subscribe now.