fbpx

ପ୍ରେମ ପାଇଁ ଯୁବତୀଙ୍କୁ ମାଡ଼! ନର୍ସିଂ ହୋମରୁ ଥାନାକୁ ଗଲେ ଉନ୍ମତ୍ତ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୁ ମୋ ସହ ଚାଲ୍, ନହଲେ ମାରିଦେବି… ଏଭଳି କିଛି କହି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ ପ୍ରେମାନ୍ଧ ଯୁବକ । ଆଉ ତାପରେ ପୋଲିସ ପହଞ୍ôଚ ଉଭୟଙ୍କୁ ନେଇଗଲେ ଥାନା । ଏବେ ସିସିଟିଭି ଫୁଟେଜ ଓ ଯୁବତୀଙ୍କ ଅଭିଯୋଗ ଅନୁସାରେ ମଞ୍ଚେଶ୍ୱର ଥାନା ପୋଲିସ୍ ତନାଘନା ଚଳାଇଛି । ଆଉ ଥାନାରେ ଅଟକ ରହିଛନ୍ତି ଅଭିଯୁକ୍ତ ।

ହାଇ ଡ୍ରାମା କରିବା ପରେ ପ୍ରେମ ପାଇଁ ନର୍ସିଂ ହୋମରେ ଗଣ୍ଡଗୋଳ କରିଥିଲେ ଅଭିଯୁକ୍ତ ମାନସ କୁମାର ସାହୁ । ମୋର ନୁହଁ ତ କାହାର ନୁହଁ କହି ନର୍ସିଂହୋମରୁ ଯୁବତୀଙ୍କୁ ଉଠେଇ ନେବାକୁ କରିଥିଲେ ଯୋଜନା । ଆଉ ଏହି ସବୁ କାରନାମା ସିସିଟିଭିରେ କଏଦ ହୋଇଥିଲା । ତେବେ ପୋଲିସ ପହଞ୍ôଚ ଯୁବକଙ୍କୁ କାବୁ କରିଥିଲା । ପୋଲିସ କହିବା ଅନୁସାରେ ପୂର୍ବରୁ ଯୁବତୀ ଜଣଙ୍କ ଖୋର୍ଦ୍ଧା ବଣିଆଟାଙ୍ଗିର ମାନସ କୁମାର ସାହୁଙ୍କ କ୍ଲିନିକରେ କାମ କରୁଥିଲେ। ସେହି ସମୟରେ ଦୁଇଟି ସନ୍ତାନର ପିତା ମାନସ ଏକତରଫା ଭାବେ ଯୁବତୀଙ୍କୁ ଭଲ ପାଉଥିଲେ । ତେବେ କିଛି ଦିନ ପରେ ଗଡ଼ ଖୋର୍ଦ୍ଧାରେ ଥିବା ମାନସଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା । ଫଳରେ ଯୁବତୀ ଜଣଙ୍କ ଭୁବନେଶ୍ୱର ପାଣ୍ଡରାରେ ଥିବା ଏକ କ୍ଲିନିକରେ କାମ କରୁଛନ୍ତି । ହେଲେ ଆଜି ହଠାତ୍ ମାନସ କ୍ଲିନିକ ଭିତରେ ପଶି ଯୁବତୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଏଥିସହ ଉଠାଇ ନେବାକୁ ଯୋଜନା ମଧ୍ୟ କରିଥଲେ । ଏପରିକି ପୋଲିସ୍ ଉପସ୍ଥିତିରେ ମଧ୍ୟ ମାନସ ଉକ୍ତ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ମାନସଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଜାରି ରହିଥିବା ବେଳେ କେସ୍ ନଂ ୧୭୫ରେ ୨୯୪, ୩୨୩, ୩୫୪, ୩୫୪(ଏ), ୪୫୧ ଓ ୫୦୬ ଧାରା ଅନୁସାରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ ।

Get real time updates directly on you device, subscribe now.