fbpx

UPSC ଲଞ୍ଚ କଲା ଏହି ନୂଆ ଆପ୍: ଏବେ ମୋବାଇଲରେ ମିଳିବ ନିଯୁକ୍ତ ସମ୍ବନ୍ଧୀୟ ସବୁ ସୂଚନା…

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ (UPSC) ନିକଟରେ ଏହାର ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି । ଏହି ମୋବାଇଲ ଆପ୍ ମାଧ୍ୟମରେ ସବୁ ପରୀକ୍ଷା ଏବଂ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଅତି ସହଜରେ ମିଳିବ । ଏହି ଆପ୍ ଏବେ କେବଳ ଆଣ୍ଡ୍ରଏଡ୍ ଫୋନ୍ ରେ କାମ କରିବ । ଏହି ଆଣ୍ଡ୍ରଏଡ୍ ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଆଶାୟୀ ଏହି ଆପ୍ ମାଧ୍ୟମରେ ପରୀକ୍ଷା ଏବଂ ଚାକିରି ସହ ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିପାରିବେ । କିନ୍ତୁ ମୋବାଇଲ ଆପ୍ ର ବ୍ୟବହାର କରି ଆବେଦନ ଫର୍ମ ଭରିପାରିବେ ନାହିଁ ।

  • ମୋବାଇଲ ଆପ୍ Google Play Store ରେ ଯାଆନ୍ତୁ ।
  • ସର୍ଚ୍ଚ କରନ୍ତୁ UPSC-Official App।
  • ଏହାପରେ ନୂଆ ଲଞ୍ଚ ହୋଇଥିବା ଆପ୍ ଦେଖାଯିବ । ବାସ୍ ଏହାକୁ ଇନଷ୍ଟଲ କରି ଆପଣ UPSC ତରଫରୁ ଆବଶ୍ୟକୀୟ ସୂଚନା ପାଇପାରିବେ ।

Get real time updates directly on you device, subscribe now.