fbpx

UPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୩ ଶହରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ୩ ଶହରୁ ଅଧିକ ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ସ୍ପେଶାଲିଷ୍ଟ ଗ୍ରେଡ-୩ ଆସିଷ୍ଟାଣ୍ଟ ପ୍ରଫେସର (ଜେନେରାଲ ମେଡିସିନ), ସିଭିଲ ହାଇଡ୍ରୋଗ୍ରାଫିକ ଅଫିସର, ଡେପୁଟି ସୁପରିଟେଣ୍ଡିଂ ଆର୍କାଇଓଲୋଜିଷ୍ଟ ଇନ୍ ଆର୍କାଇଓଲୋଜିକାଲ, ସ୍ପେଶାଲିଷ୍ଟ ଗ୍ରେଡ-୩ ଆସିଷ୍ଟାଣ୍ଟ ପ୍ରଫେସର (ଫୋରେନସିକ ମେଡିସିନ), ସ୍ପେଶାଲିଷ୍ଟ ଗ୍ରେଡ-୩ (ଜେନେରାଲ ମେଡିସିନ), ଆସିଷ୍ଟାଣ୍ଟ ପ୍ରଫେସର (ୟୁରୋଲୋଜି), ଇଞ୍ଜିନିୟର ଆଣ୍ଡ ଶିପ ସର୍ଭେୟର କମ-ଡେପୁଟି ଡାଇରେକ୍ଟର ଜେନେରାଲ (ଟେକ୍ନିକାଲ) ଆଦି ପଦରେ ନିଯୁକ୍ତି ଦିଆଯିବ ।

ମେ ୨୫ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ୧୩ରେ ସମାପ୍ତ ହେବ । ଜୁନ୍ ୧୪ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ସବମିଟ୍ କରିଥିବା ଆପ୍ଲିକେସନର ପ୍ରିଣ୍ଟ ଆଉଟ୍ ବାହାର କରିପାରିବେ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଥିବା ବେଳେ ନିୟମ ମୁତାବକ ତାହା କୋହଳ କରାଯିବ । ଏହି ସମସ୍ତ ପଦ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ ୨୫ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ମହିଳା ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://upsconline.nic.in/ora/VacancyNoticePub.php

ନୋଟିଫିକେସନ ଲିଙ୍କ: https://upsc.gov.in/sites/default/files/Advt-No-10-2024-engl-240524.pdf

Get real time updates directly on you device, subscribe now.