ଶିକୁଳିରେ ତିଆରି ହୋଇଛି ବ୍ୟାକ୍ ଲେସ୍ ଟପ୍, ଦେଖନ୍ତୁ ଉର୍ଫି ଜାଭେଦଙ୍କ ନୂଆ ଅଜବ ଲୁକ୍…

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସେନ୍ସସେସନ୍ ଉର୍ଫି ଜାଭେଦ୍ ନିଜର ଅତରଙ୍ଗୀ ଫ୍ୟାଶନ୍ ଆଉଟଫିଟ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ୍ ମିଡିଆ ୟୁଜର୍ସ ମାନେ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍ କୁ ନେଇ କେତେବେଳେ ପ୍ରଶଂସା କରୁଥିବା ବେଳେ ଅନେକ ସମୟରେ ତାଙ୍କ ଏପରି ଅଜବ ଗଜବ ଆଉଟ୍ ଫିଟ୍ କୁ ନେଇ ଟ୍ରୋଲ୍ କରିଥାନ୍ତି । ସେ ଏବେ ପୁଣି ଏକ ଅଜବ ଲୁକ୍ ସହିତ କ୍ୟାମେରା ସାମନାକୁ ଆସିଛନ୍ତି । ସେ ଏପରି ଅବତାରରେ ନଜର ଆସିଛନ୍ତି ଯାହା ଆପଣ କେବେ ବି କଳ୍ପନା କରିନଥିବେ ।

ସେ ଏବେ ଏକ ବ୍ୟାକ୍ ଲେସ୍ ଟପ୍ ରେ ନଜର ଆସିଛନ୍ତି । ହେଲେ ଏହି ଟପ୍ କୌଣସି କପଡ଼ାର ନୁହେଁ ବରଂ ଶିକୁଳି । ଏହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଉର୍ଫିଙ୍କର ଶିକୁଳି ଟପ୍ ର ଭିଡିଓ ଅପଲୋଡ୍ ହେବା ପରଠାରୁ ଭାଇରାଲ୍ ହେବାରେ ଲାଗିଛି । ଅଲଗା ଦିନ ଠାରୁ ଏହା ହେଉଛି ତାଙ୍କର ସବୁଠାରୁ ଭିନ୍ନ ଓ ଅଜବ ଲୁକ୍ । ସେ ନିଜର ଶରୀରରେ ଶିକୁଳି ପକାଇଥିବା ଦେଖିବାକୁ ମିଳିଛି । ଆଉ ଏହା ବ୍ୟାକ୍ ଲେସ୍ ରହିଛି । ତେବେ ଏଥିରେ ଉର୍ଫି ଚାରିପଟରୁ ନିଜ ଶରୀରକୁ ଲୁଚେଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Viral Bhayani (@viralbhayani)