ମୂତ୍ରର ରଙ୍ଗରୁ ଜଣା ପଡିଯିବ ଆପଣଙ୍କ ଶରୀରରେ ଥିବା ରୋଗ: ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଳୀ: ମଣିଷ ଶରୀରରେ ବିଭିନ୍ନ ପ୍ରକାରର ରୋଗ ରହିଥାଏ । ତେବେ ଏମିତି କିଛି ଲକ୍ଷଣରୁ ଶରୀରରେ ଥିବା ରୋଗ ସମ୍ପର୍କରେ ଆମକୁ ଆଗୁଆ ସୂଚନା ମିଳିଥାଏ । ମୂତ୍ରର ରଙ୍ଗରୁ ଜଣା ପଡିଥାଏ ଶରୀରରେ ଥିବା ରୋଗର ଲକ୍ଷଣ । ସାଧାରଣତଃ ମୂତ୍ରର ରଙ୍ଗ ଇଶତ ହଳଦିଆ ରହିଥାଏ । ଶରୀରରେ ଜଳୀୟ ଅଂଶ ଠିକ୍ ରହିଥିଲେ ଏହି ରଙ୍ଗ ସାମାନ୍ୟ ଇଶତ ହଳଦିଆ ରହିଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ମୂତ୍ରର ରଙ୍ଗରୁ ଶରୀରରେ ରହିଥିବା ବିଭିନ୍ନ ରୋଗର ସୂଚନା ମିଳିଥାଏ ।

ସ୍ୱଚ୍ଛ: ଯଦି ଆପଣଙ୍କ ମୂତ୍ରର ରଙ୍ଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିଥାଏ ତାହେଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଟନ୍ତି । ଶରୀର ହାେଇଡ୍ରେଟେଡ ଥିଲେ ଆପଣଙ୍କ ମୂତ୍ରର ରଙ୍ଗ ସ୍ୱଚ୍ଛ ରହିଥାଏ । ତେବେ ଯଦି ନିୟମିତ ଭାବରେ ଏହା ସ୍ୱଚ୍ଛ ରହିଥାଏ ତାହେଲେ ଆପଣଙ୍କୁ ପାଣି ପିଇବା ସାମାନ୍ୟ କମ କରିବାକୁ ପଡିବ । ସ୍ୱଚ୍ଛ ରଙ୍ଗ ନିୟମିତ ରହୁଥିଲେ ଏହା ହେପାଟାଇଟିସ ଓ ଲିଭର ସମସ୍ୟା ରହିପାରେ ।

ଆଂଶିକ ହଳଦିଆରୁ ଗାଢ ହଳଦିଆ: ଶରୀରରେ ୟୁରୋକମ ପିଗମେଣ୍ଟ ବଢିଲେ ମୂତ୍ରର ରଙ୍ଗ ହଳଦିଆ ହୋଇଥାଏ । ପାଣି ଅଧିକ ପିଇବା ଦ୍ୱାରା ଏହା ବିଘଟିତ ହୋଇଯାଏ ମାତ୍ର ପାଣି କମ ପିଇଲେ ମୂତ୍ରର ରଙ୍ଗ ହଳଦିଆ ରହିଥାଏ । ଶରୀରରେ ହିମୋଗ୍ଲୋବିନ ହ୍ରାସ ତଥା ଭିଟାମିନ୍ ଡିର ଅଭାବରେ ଏହି ଲକ୍ଷଣ ଦେଖାଦିଏ ।

ଲାଲ ଓ ଗୋଲାପୀ: ମୂତ୍ରର ରଙ୍ଗ ଲାଲ୍ ଓ ଗୋଲାପୀ ରଙ୍ଗ ଅସୁସ୍ଥତାର ଲକ୍ଷଣ ରହିଥାଏ । ବେଳେ ବେଳେ କିଛି ଖାଇଥିଲେ ଏହା ଏପରି ରଙ୍ଗ ରହିଥାଏ । ପ୍ରୋଷ୍ଟେଟ୍, କିଡନୀ ଷ୍ଟୋନ, ମୂତ୍ରାଶୟ ଓ କିଡନୀ ଟ୍ୟୁମର ପରି ରୋଗ ଥିଲେ ଏହି ରଙ୍ଗର ମୂତ୍ର ରହିଥାଏ ।

ନୀଳ: ବହୁତ ଚକୋଲେଟ୍ ଖାଇବା ଦ୍ୱାରା ମୂତ୍ରର ରଙ୍ଗଏପରି ହୋଇଥାଏ । ଚକୋଲେଟରେ ଥିବା ମେଥିଲିନ୍ ବ୍ଲ୍ୟୁ କାରଣରୁ ମୂତ୍ରର ରଙ୍ଗ ନୀଳ ହୋଇଥାଏ । ତେବେ ନୀଳ ରଙ୍ଗର ମୂତ୍ର କିଡନୀ ଓ ମୂତ୍ରାଶୟ ସଂକ୍ରମଣ ଆଡକୁ ଇଶାରା କରିଥାଏ ।

ଗାଢ ଧୂଷର: ଶରୀରରେ ଜଳୀୟ ଅଂଶ କମ ରହିଥିବା ବେଳେ ମୂତ୍ରର ରଙ୍ଗ ଗାଢ ଧୂଷର ହୋଇଥାଏ । ଏପରି ରଙ୍ଗର ମୂତ୍ର ଲିଭର ସଂକ୍ରମଣ ଆଡକୁ ଇଶାରା କରିଥାଏ ।