fbpx

ସୋସିଆଲ ମିଡ଼ିଆରେ ପୋଷ୍ଟ ଉପରେ ପୋଷ୍ଟ କରୁଛନ୍ତି ଏହି ଯୋଡି ,ପରସ୍ପରକୁ ବଦନାମ କରୁଛନ୍ତି ନା ଆଉ କିଛି ରହିଛି …

ମୁମ୍ବାଇ :ଉର୍ବଶୀ ରୋଟେଲା ଏବଂ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟ ରେ ବର୍ତ୍ତମାନ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ବର୍ତ୍ତମାନ ପଦାରେ ପଡ଼ିଲାଣି। କିଏ ଛୋଟ ଭାଇ କହିଲାନି ତ ପୁଣି କିଏ ପ୍ରତି ଉତ୍ତର ଦେଇ ଭଉଣୀ ବୋଲି କହିଛନ୍ତି । ଯଦିଓ ସେ କାହାର ନାମ ନେଇ ନାହାଁନ୍ତି, ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଉର୍ବଶୀ ଙ୍କ କଥାରୁ ଏହା କାହା ପାଇଁ ଅନୁମାନ କରିପାରୁଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟର ଏକ ସ୍ପଷ୍ଟ ପ୍ରତିକ୍ରିୟାରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ଛୋଟୁ ଭୟା (ସାନଭାଇ) ବ୍ୟାଟ୍ ବଲ୍ ଖେଳିବା ଉଚିତ୍ ମେଁ କୋଇ ମୁନି ନହିଁ ହୁନ୍ ବାଦନାମ୍ ହୁଁ ବୋଲି ପୋଷ୍ଟ କରିଛନ୍ତି ।

ଏହାପୂର୍ବରୁ ରିଷଭ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍ ପୋଷ୍ଟ କରିଥିଲେ, ଯାହା ଉର୍ବଶୀଙ୍କ ପାଇଁ ବାର୍ତ୍ତା ଥିଲା ବୋଲି ଅନୁଭବ କରାଯାଉଛି । ତେବେ କ୍ରିକେଟର ଏହି ଅଭିନେତାଙ୍କ ନାମ ଦେଇନାହାଁନ୍ତି। କିନ୍ତୁ ଯାହା ଜଣାପଡୁଛି ବର୍ତ୍ତମାନ ଉର୍ବଶୀ ଆଉ ରିଷଭଙ୍କ ଭିତରେ କିଛି ଚାଲିଛି । ତେବେ ଏହା ପୂର୍ବରୁ ରିଷଭ ମେରା ପିଛା ଛୋରୋ ବୋଲି ଲେଖିଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି ଲୋକପ୍ରିୟତା ପାଇଁ ଏବଂ ହେଡଲାଇନ୍ ମାରିବା ପାଇଁ ଲୋକମାନେ କିପରି ସାକ୍ଷାତକାରରେ ମିଛ କୁହନ୍ତି ଏହା ମଜାଦାର ଅଟେ | ଦୁଃଖ ଏତିକି ଯେ କିପରି କିଛି ଲୋକ ଖ୍ୟାତି ଏବଂ ନାମ ପାଇଁ ତୃଷାର୍ତ୍ତ | ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନୋଟ୍ ଲେଖିଥିଲେ ପନ୍ତ , ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଥିଲେ।

ସୂଚନା ମୁତାବକ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଉର୍ବଶୀ ତାଙ୍କର ଦିଲ୍ଲୀର ଏକ ସୁଟିଂ କାର୍ଯ୍ୟସୂଚୀକୁ ମନେ ପକାଇଥିଲେ ଏବଂ ତାଙ୍କୁ ଭେଟିବା ପାଇଁ ପନ୍ତ ରାତିସାରା ଅପେକ୍ଷା କରିଥିବା ଦାବି କରିଥିଲେ। ସେ କହିଛନ୍ତି, “ଶ୍ରୀ ଆରପି ହୋଟେଲ ଲବିକୁ ଆସି ସାକ୍ଷାତ କରିବାକୁ ଚାହୁଁଥିଲେ। ଦଶ ଘଣ୍ଟା ବିତିଗଲା ଏବଂ ମୁଁ ଶୋଇ ପଡ଼ିଲି | ମୁଁ କୌଣସି କଲ୍ ଉଠାଇ ପାରିଲି ନାହିଁ। ଯେତେବେଳେ ମୁଁ ଉଠିଲି ମୁଁ ଦେଖିଲି ୧୬-୧୭ ମିସ୍ କଲ୍ ଏବଂ ମୁଁ ଏତେ ଖରାପ ଅନୁଭବ କଲି ଯେ କେହି ମୋତେ ଅପେକ୍ଷା କରିଥିଲେ ଏବଂ ମୁଁ ସେମାନଙ୍କୁ ଭେଟି ପାରିଲି ନାହିଁ | ମୁଁ ତାଙ୍କୁ କହିଲି ତୁମେ ଯେତେବେଳେ ମୁମ୍ବାଇ ଆସିବ ଆମେ ଭେଟିବୁ | ଆମେ ମୁମ୍ବାଇରେ ଭେଟିଥିଲୁ କିନ୍ତୁ ପ୍ୟାପ୍ସ ଏବଂ ସମସ୍ତଙ୍କ ସହିତ ଏକ ବିରାଟ ଡ୍ରାମା ଘଟିଥିଲା। ”ସେ କ୍ରିକେଟରଙ୍କୁ ଡେଟ କରୁଛନ୍ତି ବୋଲି ଦାବି କରିବା ପରେ ଉର୍ବଶୀ ଏବଂ ରିଷଭ ପୂର୍ବରୁ ଲିଙ୍କ୍ ହୋଇଥିଲେ। ସେ ଏହାକୁ ଅସ୍ୱୀକାର କରିଥିଲେ ଏବଂ ସୋସିଆଲ ମିଡିଆରେ ମଧ୍ୟ ଅବରୋଧ କରିଥିଲେ।

ନିକଟରେ ଦି ଲିଜେଣ୍ଡ୍ ଚଳଚ୍ଚିତ୍ରରେ ଉର୍ବଶୀଙ୍କୁ ଦେଖିବାକୁ ମିଳି ଥିଲା ।

Get real time updates directly on you device, subscribe now.