fbpx

ଭାଇରାଲ୍ ହେଉଛି ଉର୍ବଶୀଙ୍କ ଡାଇମଣ୍ଡ ମାସ୍କ ଭିଡିଓ, ଦାମ୍ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ, ୧୩ା୪ (ଓଡିଶା ଭାସ୍କର) : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା ନିଜର ହଟ୍ ଆଉ ସେକ୍ସି ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ସେହି ଭିଡିଓରେ ଉର୍ବଶୀ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ଯାହା ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀଙ୍କୁ ଏପରି ଲୁକ୍ ଦେଖିବାକୁ ମିଳିଛନ୍ତି ।

ତେବେ ଆପଣ ମାନେ ଭାବୁଥିବା ସାମାନ୍ୟ ମାସ୍କକୁ ନେଇ ଉର୍ବଶୀ କାହିଁକି ଲାଇମ୍ ଲାଇଟ୍ ରେ ଅଛନ୍ତି । ଏହାର କାରଣ ହେଉଛି ଏହା କୌଣସି ସାଧାରଣ ମାସ୍କ ନୁହେଁ । ଏ ମାସ୍କରେ ଅନେକ ଗୁଡିଏ ହୀରା ଖଞ୍ଜାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଉର୍ବଶୀଙ୍କ ଏହି ମାସ୍କର ଦାମ୍ ୩ କୋଟି ଟଙ୍କା । ଆଉ ଖାସ୍ ଏଥିପାଇଁ ଅଭିନେତ୍ରୀଙ୍କ ଏହି ଭିଡିଓ ଚର୍ଚ୍ଚାରେ ଅଛି । ଉର୍ବଶୀ ଏହି ଭିଡିଓକୁ ସେୟାର ଲେଖିଛନ୍ତି, “ଡାଇମଣ୍ଡ ଫୁଲ୍ ମାସ୍କ, ଏହା ବହୁତ୍ ଭାରି । ଏଥିପାଇଁ ମୋତେ ଦୋଷ ଦେବେନି’ ।

ଉର୍ବଶୀଙ୍କୁ ଏହି ଭିଡିଓ ପାଇଁ କେହି କେହି ପ୍ରଶଂସା କରିଛନ୍ତି ତ କେହି କେହି ଟ୍ରୋଲ୍ ମଧ୍ୟ କରିଛନ୍ତି । କିଛି ଫ୍ୟାନ୍ସ ପ୍ରଥମେ ଉର୍ବଶୀଙ୍କ ଏହି ଲୁକ୍ କୁ ନେଇ କନଫ୍ୟୁଜ୍ ହୋଇଯାଇଥିଲେ ଯେ, ଏହା କଣ, ଆଗରୁ ତ କେହି ଏପରି ଲୁକ୍ ରେ ନଜର ଆସିନାହାନ୍ତି । ସେୟାର କରାଯାଇଥିବା ଭିଡିଓରେ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ଏଠାରେ ନିଶ୍ଚିତ ଭାବରେ କିଛି ଗଡବଡ୍ ଅଛି ।

ଉର୍ବଶୀ ଖୁବ୍ ଶୀଘ୍ର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ଶେଷ ଥର ପାଇଁ ତାଙ୍କୁ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା । ବଲିଉଡ୍ ରେ ସେ ହେଟ୍ ଷ୍ଟ୍ରୋରୀ-୪, ଗ୍ରେଟ୍ ଗ୍ରାଣ୍ଡ ମସ୍ତି, ସନମ୍ ରେ ଭଳି ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.